ଓଡ଼ିଶା

ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାରିପଦା: ଜଳିଗଲା ଚଳନ୍ତା ହାଇଓ୍ବା । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ଦରଖୋଳି ଛକ ନିକଟରେ ଗୁରୁବାର ପ୍ରାୟ ଦିନ ୧୧ଟା ସମୟରେ ଏକ ଦଶ ଚକିଆ ହାଇୱା ଗାଡି କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗାଡିର ସାମ୍ନା କେବିନ୍ ଅଧାରୁ ଅଧିକ ଜଳିଯାଇଛି ।

ସୂଚନାଯୋଗ୍ୟ ଯେ, ଓଡି ୦୨ ଟି ୪୦୧୨ ନମ୍ବର ବିଶିଷ୍ଟ ହାଇୱାଟି କ୍ରସର ଗୁଣ୍ଡ ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ଗାଡିରୁ ଧୂଆଁ ବାହାରିଥିଲା । ଏହା ଦେଖି ଡ୍ରାଇଭର ଗାଡିଟିକୁ ଠିଆ କରି ଗାଡିରୁ ଓହ୍ଲାଇ ଆସିଥିଲେ । ଫଳରେ ଡ୍ରାଇଭର ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାପରେ ଟ୍ରକଟି ଅଧିକ ଜଳି ଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବାରିପଦା ଅଗ୍ନିଶମ ବିଭାଗକୁ ଜଣାଇଲେ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com