Featuredଓଡ଼ିଶା

ଆଜିଠୁ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ବର: ଆଜିଠୁ ଖଣ୍ଡଗିରି ମାଘ ମେଳା । ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭ କରିବେ । କରୋନା କଟକଣା ନଥିବାରୁ ଏଥର ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।

ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟି ପାଇଁ ଅନୁମତି ମିଳିଛି ।କୌଣସି ଯାତ୍ରାପାର୍ଟି ଅଶ୍ଳିଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଏହା ଉପରେ କଟକଣା ଲାଗାଇଛି ବିଏମସି।

ଚଳିତ ବର୍ଷ ମେଳାରେ ପରିମଳ ଏବଂ ସାନିଟେସନକୁ ବେଶ ଗୁରୁତ୍ବ ଦେଇଛି ବିଏମସି । ମେଳାରେ ବ୍ୟବସାୟୀଙ୍କ ଭଳିକି ଭଳି ପସରା ସବୁ ମେଲିଛି । ଦୋକାନ, ବଜାରଠାରୁ ଆରମ୍ଭ କରି ମୀନାବଜାର ପର୍ଯ୍ୟନ୍ତ ସବୁ ଦୋକାନ ମେଳାରେ ଦେଖିବାକୁ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com