Featuredଓଡ଼ିଶା

ବିସ୍କୁଟ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଲେ ଦଶମ ଶ୍ରେଣୀ ଛାତ୍ର, ନ୍ୟାୟ ପାଇଁ ସ୍କୁଲରେ ଅଭିଵାହକ

ଭୁବନେଶ୍ୱର: ବିସ୍କୁଟ ଚୋରି ଘଟଣା ନେଇ ରାଗିଂ। ତଳ ଶ୍ରେଣୀର ପିଲାଙ୍କୁ ମାଡ ମାରିଲେ ଭିଡିଓ ମଧ୍ୟ କଲେ । କନ୍ଧମାଳ ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ୪ ଜଣ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ ଅଭିଭାବକମାନେ ।

ମାଡ଼ ମାରିଥିବା ଛାତ୍ର ମାନଙ୍କୁ ସ୍କୁଲରୁ ବହିଷ୍କାର ଦାବି କରିଥିବା ବେଳେ ସ୍କୁଲ ପ୍ରଶାସନର ଅବହେଳା ଯୋଗୁଁ ଏହିଭଳି ଘଟଣା ଘଟିଛି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଭିଭାବକମାନେ । ଏହା ସହ ଘଟଣାର ସଠିକ୍ ତଦନ୍ତ ଏବଂ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକଙ୍କ ପକ୍ଷରୁ ଦାବୀ ହେଉଛି । ସେପଟେ ମାଡମାରିଥିବା ଚାରିଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଦିଆଯାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ।

 

Related Articles

Back to top button
WP Twitter Auto Publish Powered By : XYZScripts.com