ଓଡ଼ିଶା

ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା

ରାଉରକେଲା, ୦୬/୦୭/୨୦୨୨ –  ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା କରିବାର ୧୬ ଦିନପରେ ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ଘରେ ଫ୍ୟାନରେ ଝୁଲି ଜୀବନ ହାରିଛନ୍ତି ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ତେବେ ମତ୍ୟୁ ପୂର୍ବରୁ ସନ୍ତୋଷ ଛାଡ଼ି ଯାଇଛନ୍ତି ଏକ ସୁଇସାଇଡ୍ ନୋଟ୍ । ଯେଉଁଥିରେ ଲେଖା ଅଛି, କାହା ଚାପରେ ଆତ୍ମହତ୍ୟା କରିନି । ମୁଁ ମୋ ନିଜ ଇଚ୍ଛାରେ ସୁସ୍ଥ ମାନସିକତାରେ ଆତ୍ମହତ୍ୟା କରୁଛି । ମୋ ମୃତ୍ୟୁ ପରେ ମୋ ମାଆ ବାପାଙ୍କୁ ପୋଲିସ ହଇରାଣ କରିବନି । ଲଭ ୟୁ ରସ… ଏଭର ଆଣ୍ଡ ଫର ଏଭର…  ।  ରଶ୍ମିରେଖା ବି ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ସେଆର କରିଥିଲେ। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସନ୍ତୋଷଙ୍କୁ ଦାୟୀ ନ କରିବାକୁ ଲେଖିଥିଲେ । ଆଉ ସନ୍ତୋଷ ବି ନିଜ ନୋଟରେ ରଶ୍ମିଙ୍କ ନାମ ଲେଖି ନିଜ ପ୍ରେମକୁ ଦର୍ଶାଇଛନ୍ତି। ତେବେ ଏଥିରୁ ଜଣା ପଡ଼ିଛି ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ଥିଲା । ଭୁବନେଶ୍ୱର ନୟାପଲ୍ଲୀର ଏକ ଭଡ଼ା ଘରେ ସ୍ୱାମୀ- ସ୍ତ୍ରୀର ପରିଚୟ ଦେଇ ରହୁଥିଲେ ରଶ୍ମିରେଖା ଓ ସନ୍ତୋଷ ପାତ୍ର । ନୟାପଲ୍ଲୀର ସେହି ଭଡ଼ା ଘରେ ରଶ୍ମିରେଖା କରିଥିଲେ ଆତ୍ମହତ୍ୟା । ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସେ ତିନି ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପୋଲିସକୁ ସହଯୋଗ କରୁଥିବା ସନ୍ତୋଷ କୁଆଡେ ଫେରାର ହୋଇଯାଇଥିଲେ । ଗୋଟେ ପଟେ ରଶ୍ମିରେଖାଙ୍କ ଆତ୍ମହତ୍ୟା ଉପରୁ ପରଦା ନ ଉଠୁଣୁ , ଅନ୍ୟପଟେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା ଘଟଣାକୁ ନୂଆ ମୋଡ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com