Breaking NewsFeaturedଓଡ଼ିଶାଜାତୀୟ

ଗୁମୁରି ଗୁମୁରି କାନ୍ଦୁଛନ୍ତି ଶୁଭଶ୍ରୀ, ବାପା ପାଇଁ କଇଁକଇଁ କାନ୍ଦୁଛି କୁନିଝିଅ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଠିକ ସେ କଥା କହି ଶିଖିନି, ଖନେଇ ଖନେଇ ମା’କୁ କହୁଛି, ମା ବାପା କୋଉଠି । ଆଉ ମା ନିଜର କୋହ ସମ୍ଭାଳି ନପାରି କାନ୍ଦି କାନ୍ଦି ଝିଅକୁ କହୁଛନ୍ତି ବାପା ଆସିବେ ନିଶ୍ଚୟ ଆସିବେ। କଥାରେ ଅଛି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ । କିଏ ବା ଜାଣିଥିଲା ଏମିତି ଏକ ବଡ଼ ଦୁର୍ଘଟଣା ଘଟିବ। ଆଉ କରମଣ୍ଡଳ ପାଇଁ ଚାଲିଯିବ ଶହ ଶହ ଲୋକଙ୍କ ଜୀବନ । ଏମାନଙ୍କ ମଧ୍ୟରେ ଥିଲେ ବାଲେଶ୍ୱର ଝିଙ୍କିରିଆ ପଞ୍ଚାୟତର ସିଙ୍ଗିପୁର ଗାଁର ଭଗବାନ ପଳେଇଙ୍କ ଏକମାତ୍ର ପୁଅ ବିକ୍ଷିପ୍ତ ପଳେଇ ।

ବିକ୍ଷିପ୍ତ ବାଲେଶ୍ୱରରେ ଥିବା ଟାଟା ପାୱାର ବିଦ୍ୟୁତ କମ୍ପାନୀରେ ଆକାଉଟାଂଟ ଭାବେ କାମ କରୁଥିଲେ । ଭଦ୍ରକରେ ଘର ଭଡା ନେଇ ରହୁଥିବାରୁ ପ୍ରତିଦିନ କରମଣ୍ଡଳ ଏକ୍ସପ୍ରେସରେ ବାଲେଶ୍ୱର ଯାଆସ କରନ୍ତି । ସେଦିନ ମଧ୍ୟ କର୍ମକ୍ଷେତ୍ରରୁ ଘରକୁ ଫେରୁଥିଲେ । ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ହେଲେ ଶୁଭଶ୍ରୀ ବା କେମିତି ଜାଣିଥାନ୍ତେ ଏହି ଫୋନ କଲ ହେଉଛି ତାଙ୍କ ସ୍ୱାମୀଙ୍କ ସହ ଶେଷ କଥା । ଶୁକ୍ରବାର କରମଣ୍ଡଳ ଦୁର୍ଘଟଣା ହେବା ଶୁଣି ବିକ୍ଷିପ୍ତଙ୍କୁ ଖୋଜା ଖୋଜି କରିଥିଲେ ପରିବାର ଲୋକ । ହେଲେ କୋଉଠି ପାଇନଥିଲେ । ବହୁ ଖୋଜାଖୋଜି ପରେ ବାହାନଗା ସ୍କୁଲରୁ ବିକ୍ଷିପ୍ତଙ୍କ ମର ଶରୀର ଠାବ କରାଯାଇଥିଲା ।

ଏପଟେ ସ୍ୱାମୀର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଶୁଭଶ୍ରୀ । ସ୍ୱାମୀଙ୍କ କଥାକୁ ମନେ ପକେଇ ଗୁମୁରି ଗୁମୁରୀ କାନ୍ଦୁଛନ୍ତି । ବିକ୍ଷିପ୍ତ କହିଥିଲେ ଆରଥର ବିବାହ ବାର୍ଷିକରେ ପୁରୀ ବୁଲିବାକୁ ଯିବା । ହେଲେ କଥା ଦେଇ କଥା ରଖିଲେନି ସ୍ୱାମୀ । ବିକ୍ଷିପ୍ତ ଏବଂ ସୋନାଲିଙ୍କ ବାହାଘରକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଘର କାନ୍ଥରେ ଲେଖାଯାଇଥିବା ଶୁଭ ବିଭାହ ଦାଉ ଦାଉ ହୋଇ ଦେଖାଯାଉଛି । ଘରେ ୪ ବର୍ଷର ଏକ ମାତ୍ର ଝିଅ ବିକ୍ଷିପ୍ତଙ୍କ ଫଟୋକୁ ଧରି କେତେ ବେଳେ ଗେଲ କରୁଛି ତ ଆଉ କେତେବେଳେ ବାପା ବାପା କହି ଡାକୁଛି । କୁନି ଝିଅ ତା ବାପାକୁ ଖୋଜୁଥିବାର ଦେଖି କିଏ ବା ସହିପାରିବ ।

ଅନ୍ୟପଟେ ବିକ୍ଷିପ୍ତ ଥିଲେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ବାପା ଦିର୍ଘ ୭ ବର୍ଷ ତଳେ ଆରପାରିକୁ ଚାଲିଯାଇଥିବା ବେଳେ ପରିବାରର ବୋଝ ବିକ୍ଷିପ୍ତଙ୍କ କାନ୍ଧ ଉପରେ ଥିଲା । ବିକ୍ଷିପ୍ତଙ୍କ ବିୟୋଗର ଦୁଃଖ କେବଳ ପରିବାରକୁ ନୁହେଁ ବରଂ ସାରା ଗ୍ରାମରେ ଦେଖାଦେଇଛି ଶୋକାକୁଳ ପରିସ୍ଥିତି ।

Related Articles

Back to top button
WP Twitter Auto Publish Powered By : XYZScripts.com