ଓଡ଼ିଶା

ତାରା ତାରିଣୀ ମନ୍ଦିରରେ ହଜାର ହଜାର ଶିଶୁଙ୍କ କେଶ ମୁଣ୍ଡନ କଲେ ପରିବାର ଲୋକେ

ଖଲ୍ଲିଖୋଟ() ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରା ତାରିଣୀ ମନ୍ଦିର, ଗତ ଦୁଇବର୍ଷ ହେଲା ସର୍ବସାଧାରଣଙ୍କ ନିମନ୍ତେ କୋଭିଡ ପାଇଁ ବନ୍ଦ ରହିଛି । ନବଜାତ ଶିଶୁଙ୍କୁ ବର୍ଷେ ହେବା ପରେ ମାନସିକ କରିଥିବାରୁ କେଶ ମଣ୍ଡନ ପାଇଁ ଏଠାକୁ ଆସନ୍ତି ହଜାର ହଜାର ସଂଖ୍ୟାରେ ଲୋକେ । ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ଦକ୍ଷିଣବର୍ତ୍ତୀ ଜିଲ୍ଲା ଏବଂ ଆନ୍ଦ୍ର ପ୍ରଦେଶର ଲୋକମାନେ ଏଠାକୁ ଆସିଥାନ୍ତି ।

ତେବେ ଏହି ଚୈତ୍ର ମାସ ମଙ୍ଗଳବାର ଗୁଡିକରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସେଥିପାଇଁ ପୋଲିସ SP, ଗଞ୍ଜାମ ଜିଲ୍ଲପାଳ ସବୁ ଥାନାର ଥାନାଧିକାରୀ, ଅତିରିକ୍ତ ଏସପିଙ୍କ ସହ ସବୁ ବିଭାଗର ଅଧିକାରୀ ମାନେ ଉପସ୍ଥିତ ହୋଇ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିଥାନ୍ତି | ତେବେ ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଯୋଗୁଁ ସର୍ବସାଧାରଣ ନିମନ୍ତେ ମନ୍ଦିର ବନ୍ଦ ରହିଥିବାରୁ କେଶ ମୁଣ୍ଡନ କରିବା ସମ୍ଭବପର ହୋଇନଥିଲା । ଫଳରେ ଦୀର୍ଘ ୨ ବର୍ଷ ହେଲା ଅପେକ୍ଷା କରିରହିଥିଲେ ଅଭିଭାବକ । ତେଣୁ ଏହିବର୍ଷ ମଧ୍ୟ ଚୈତ୍ର ମାସରେ  ମନ୍ଦିର ବନ୍ଦ ହୋଇଯିବ । ପିଲା ମାନେ ଚୁଟି ମୁଣ୍ଡନ କରିପାରିବେ ନାହିଁ। ସେଥିପାଇଁ ଫାଲଗୁନ ମାସ ଶୁକ୍ଳ ପକ୍ଷରେ ହଜାର ହଜାର ଶିଶୁଙ୍କ ଚୁଟି ମୁଣ୍ଡନ କାର୍ଯ୍ୟ ସାରିଦେଇଛନ୍ତି ଲୋକେ ।

ତେବେ ଚଳିତ ବର୍ଷ ଚୈତ୍ର ମଙ୍ଗଳବାର ଯାତ୍ରା ହେବ କି ନାହିଁ ତାହା ସନ୍ଦେହରେ । ତା ସହିତ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାଯୋଗୁ ଚୈତ୍ର ଯାତ୍ରା ହେବାନେଇ ଆଶଙ୍କା ଦେଖାଦେଇଛି । ସେଥିପାଇଁ ଜନସାଧାରଣ ଆଗଆ କେଶ ମୁଣ୍ଡନ କାର୍ଯ୍ୟ ସାରିଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com