ଓଡ଼ିଶାଶିକ୍ଷା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ରିସର୍ଚ୍ଚ ସ୍କଲାର କନକ୍ଲେଭ-୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, ୨୩/୦୮/୨୦୨୨-  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଥମ ରିସର୍ଚ୍ଚ ସ୍କଲାର କନକ୍ଲେଭ-୨୦୨୨ ନୂତନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ଚେୟାରମ୍ୟାନ ପ୍ରଫେସର ପ୍ରତାପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଗବେଷଣା କ୍ଷେତ୍ରରେ କିପରି ବିଦ୍ୟାର୍ଥୀ ମାନେ ଉତ୍ତମ ପ୍ରଦର୍ଶନ ଓ ଉନ୍ନତି କରିବେ ସେଥିପ୍ରତି ଶିକ୍ଷାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗବେଷଣା କ୍ଷେତ୍ରରେ ନିଜର ପୁରାତନ ଅଭିଜ୍ଞତାକୁ ଶିକ୍ଷାର୍ଥୀ ମାନଙ୍କ ନିକଟରେ ଆଲୋଚନା କରିଥିଲେ ଓ ଭବିଷ୍ୟତରେ କିପରି ଜଣେ ଉତ୍ତମ ଗବେଷକ ଭାବେ ପରିଚିତ ହେବେ ସେ ସମ୍ବନ୍ଧରେ ସମ୍ୟକ ବିବରଣୀ ଦେଇଥିଲେ । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ କିପରି ଭଲରେ ଗବେଷଣା କରିପାରିବେ ସେଥିପ୍ରତି ଧ୍ୟାନ ଦେବା ସହ ଅଧିକରୁ ଅଧିକ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିବେ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗର ପ୍ରଫେସର ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com