ଓଡ଼ିଶା

ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାଇ ନିଲମ୍ବିତ, BJDରୁ ବାହାର କଲେ ନବୀନ

ସୁନ୍ଦରଗଡ : ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ । ଖବର ଅନୁସାରେ, ସୁନ୍ଦରଗଡ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅଶୋକ ସାଇ ଦଳରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବାହାର କରିଛନ୍ତି । ଏନେଇ ଗଣମାଧ୍ୟମ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ତେବେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଶୋକ ପ୍ରଧାନଙ୍କୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com