ଓଡ଼ିଶା

ବିଲରୁ ନରକଙ୍କାଳ ଉଦ୍ଧାର, ପୋଲିସର ଅନୁସନ୍ଧାନ ଜାରି

ଏରସମା() ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଇ ପଞ୍ଚାୟତ ବାଇଲୋ ଗହୀର ବିଲରୁ ନରକଙ୍କାଳ ଉଦ୍ଧାର କରାଯାଇଛି। ଆଜି ସକାଳୁ ଧାନ କାଟିବାକୁ ଲୋକେ ଯାଉଥିବା ସମୟରେ ନରକଙ୍କାଳଟି ମାଟିରେ ମିଶି ହାଡ ଓ ଖପୁରୀ ପଡିଥିବା ଏକ ଲୁଙ୍ଗି ଘୋଡାଯିବା ଅବସ୍ଥାରେ ପଡିଥିବା ଥିବା ଲୋକେ ଦେଖି ତିର୍ତୋଲ ଥାନାକୁ ଖବର ଦେଇଥିଲେ । ଖବର ପାଇଁ ତିର୍ତ୍ତୋଲ ଥାନା ଅଧିକାରୀ ସବ୍ୟସାଚୀ ରାଉତଙ୍କ ସହ ଫୋରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଘଟଣାସ୍ଥଳରୁ ହାଡ, କଙ୍କାଳ, ଖପୁରୀ ଓ ନରକଙ୍କାଳ ଘୋଡାଯାଇଥିବା ଲୁଙ୍ଗିକୁ ପୁଲିସ ଜବତ କରି ପରୀକ୍ଷା ପାଇଁ ପଠାଇଛନ୍ତି।

ନରକଙ୍କାଳ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ନରକଙ୍କାଳ ପରିଚୟ ଜଣାପଡିନଥିବା ବେଳେ ଏହା ଜଣେ ବୟସ୍କ ଲୋକର ବୋଲି ଅନୁମାନ କରାଯାଉଛି। ଗତ ଚାରିମାସ ପୂର୍ବେ ସ୍ଥାନୀୟ ଅଞ୍ଚଳର ଚନ୍ଦାପାଟ ଭାଟସାହି ଗ୍ରାମର ୬୨ବର୍ଷ ବୟସ୍କ ସନାତନ ମଲ୍ଲିକ ନାମକ ଏକ ବ୍ୟକ୍ତି ଘରେ କଳିଝଗଡା କରି ନିଖୋଜ ଥିବାରୁ ନରକଙ୍କାଳ ମିଳିବାକୁ ନେଇ ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି ।

ନିଖୋଜ ସନାତନ ମଲ୍ଲିକଙ୍କ ମୃତଦେହ ବୋଲି ଯାହା ସନ୍ଦେହ କରାଯାଉଛି ତାହା କିନ୍ତୁ ସନାତନର ପରିବାର ଲୋକେ ଏହାକୁ ଅସ୍ୱୀକାର କରୁଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com