ଓଡ଼ିଶା

ଏକ ତରଫା ପ୍ରେମ ପାଇଁ ପୁରା ପରିବାରକୁ ହତ୍ୟା : ପ୍ରେମିକା ସହ ବାପା-ମାଆର ଜୀବନ ନେଲା ପ୍ରେମିକ

ନୂଆଦିଲ୍ଲୀ() ପୁରା ପରିବାରକୁ ହତ୍ୟା । ଏକ ତରଫା ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଗେରାଖପୁରର ରାୟଗଞ୍ଜର ।

ସୂଚନାନୁସାରେ, ରାୟଗଞ୍ଜରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅକୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି। ସେମାନେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାରେ ଜଣେ ବ୍ୟକ୍ତିକୁ ଅଟକ ରଖାଯାଇଥିବା ବେଳେ ପ୍ରେମ ଜନିତ କାରଣରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ପୋଲିସର କହିବାନୁସାରେ, ରାୟଗଞ୍ଜର ଗାମା ନିଷାଦ ନାମକ ଜଣେ ବ୍ୟକ୍ତି ଦେଶ ବାହାରେ ରୁହନ୍ତି। ନିକଟରେ ସେ ଗାଁକୁ ଆସିଥିଲେ । ଗାଁରେ ତାଙ୍କର ସ୍ତ୍ରୀ ଏବଂ ଝିଅ ରୁହନ୍ତି । ସୋମବାର ରାତିରେ ଗାମା ସ୍ତ୍ରୀ ସଞ୍ଜୁ ଓ ଝିଅଙ୍କ ସହ ଏକ କାର୍ଯ୍ୟକ୍ରମକୁ ଚାଲି ଚାଲି ଯାଉଥିଲେ । କିନ୍ତୁ ରାସ୍ତାରେ ଲୁଚି ରହିଥିବା କିଛି ବ୍ୟକ୍ତି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ସେମାନଙ୍କର ଗଲା କାଟି ହତ୍ୟା କରିଥିଲେ ।

ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଏସଏସପି ଡ.ବିପିନ ତାଡ଼ା, ଅତିରିକ୍ତ ଏସପି କ୍ରିଷ୍ଣା କୁମାର ବିଶୋଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଗାମା ଏବଂ ସ୍ତ୍ରୀ ତଥା ଝିଅଙ୍କୁ କାହିଁକି  ହତ୍ୟା କରାଯାଇଛି ସ୍ପଷ୍ଟ ହୋଇପାରିନାହିଁ । ଏହି ଘଟଣାରେ ପୋଲିସ ଆଲୋକନାମକ ଜଣଙ୍କୁ ଗିରଫ କରିଛି । ସେ ଗାମାଙ୍କ ଝିଅଙ୍କୁ ପ୍ରେମ କରୁଥିଲା ହେଲେ ଝିଅ ଏଥିରେ ରାଜି ନହେବାରୁ ସେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com