ଓଡ଼ିଶା

କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର () ରାଜ୍ୟରେ କରୋନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ‘ଦିନକୁ ଦିନ ସଂକ୍ରମଣ ହାର କମୁଛି ।ଆଉ କିଛି ଦିନ ଭିତରେ ଆମେ ପୂର୍ବ ସ୍ଥିତିକୁ ଫେରିପାଇବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ ସଚେତନ ରହନ୍ତୁ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ହେଲେ ଭିଡ ଜାଗାକୁ ଯିବାନାହିଁ । କି ଅଯଥାରେ କୌଣସି ଗହଳି କରିବା ନାହିିଁ ।

ଧିରେ ଧିରେ କଟକଣା କୋହଳ ହେବା ଦରକାର ସରସ୍ୱତୀ ପୂଜାକା ଅନୁମତି ଅଛି । ପରେ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେବା ଆମକୁ ସତର୍କ ହେବାକୁ ପଡିବ ।ଯାହାଦ୍ୱାରା ସଂକ୍ରମଣ କମିବ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।ସମସ୍ତଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ରାଜ୍ୟରେ ଆଜି ୩୦୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୮୯ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୫୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୧ ହଜାର ୫୪୬ ରହିଥିବା ବେଳେ ୪୨ ହଜାର ୯୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com