ଓଡ଼ିଶା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫେରିଲା ମମିତା ପ୍ରସଙ୍ଗ: ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର() ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗକୁ ପାଥେୟ କରି ଶାସକ ଦଳକୁ ଘେରିବା ପ୍ରୟାସରେ ରହୁଛନ୍ତି । କିଛିଦିନର ନିରବତା ପରେ ପୁଣି ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମମିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରାଯାଉଥିଲା । ତେବେ ଆଜି ମମିତା ପ୍ରସଙ୍ଗରେ ବିଜେପି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛି । ଭୁବନେଶ୍ୱରର ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ବିଜେପି ପକ୍ଷରୁ ରାଲି କରାଯାଇଛି । ମମିତାଙ୍କ ହତ୍ୟା ଘଟଣାକୁ ୪ ମାସ ବିତିଯାଇଥିଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିନଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

ତେବେ ଆଜି ବିଜେପି କର୍ମୀ ନବୀନ ନିବାସ ଆଡ଼କୁ ଯିବା ସମୟରେ ଶିଶୁଭବନ ଛକରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଛି । ନବୀନ ନିବାସ ଆଡ଼କୁ କର୍ମୀମାନେ ଯିବାକୁ ଉଦ୍ୟତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ପୋଲିସ ଏହି ଘଟଣାରେ ବିଜେପିର କିଛି କର୍ମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ମମିତଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ଇସ୍ତଫା ଦାବି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com