ଓଡ଼ିଶା

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଅସ୍ତ୍ରୋପଚାର ନେଇ ଭର୍ତ୍ତି ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ଗତ କିଛି ବର୍ଷ ହେଲା ମାଓ ନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି l ହଟାତ ତାଙ୍କର ଦେହ ଖରାପ ହେବା ଯୋଗୁଁ ଆଜି ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଅସ୍ତ୍ରୋପଚାର ଲାଗି ଭର୍ତ୍ତି ହୋଇଛନ୍ତି ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । ତାଙ୍କର ଦାନ୍ତ ଏବଂ କାନରେ କିଛି ଦିନ ହେଲା ଯନ୍ତ୍ରଣା ଅନୁଭବ କରୁଥିଲେ।ଜେଲ ଡାକ୍ତର ପରୀକ୍ଷା କଲାପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ତେବେ କିଛି ଦିନ ହେଲା କାନରେ ଯନ୍ତ୍ରଣା ହେଉଥିଲା । ଏନେଇ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ସବ୍ୟସାଚୀଙ୍କ କାନର ଅସ୍ତ୍ରୋପଚାର କରାଯିବ ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com