ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ଜାଗିଲିପଦର ସରକାରୀ ହାଇସ୍କୁଲ ସବୁବେଳେ ଶତ ପ୍ରତିଶତ ସଫଳତା ହାସଲ କରୁଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସେହି ଧାରା ବଜାୟ ରଖିବା ସହ ଚଳିତ ବର୍ଷ ବ୍ଲକ ପାଇଁ ଆଣି ଦେଇଛି ଗର୍ବ ଆଉ ଗୌରବ। ଉକ୍ତ ସ୍କୁଲର ମଧୁସ୍ମିତା ଦାସ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୮୮ ମାର୍କ ୯୮ ପ୍ରତିଶତ ରଖି ବ୍ଲକ ଟପ୍ପର ହୋଇଛନ୍ତି।
ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ଛାତ୍ରୀ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଏହି ସଫଳତା ଅର୍ଜନ କରିଛନ୍ତି। ମଧୁସ୍ମିତା ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତା ମାତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଦେଇଛନ୍ତି।
ସେପଟେ ବ୍ଲକ ଟପ୍ପର ହେବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ମଧୁସ୍ମିତାକୁଂ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ସରକାରୀ ସହାୟତା କିଭଳି ମଧୁସ୍ମିତାକୁଂ ମିଳିବ ସେ ନେଇ ବିଭାଗ ତଥା ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ।
ଅପରପକ୍ଷେ କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ମଧ୍ୟ ବେଶ୍ ଖୁସି ଅନୁଭବ କରି ମଧୁସ୍ମିତାକୁଂ ଶୁଭେଚ୍ଛା ଜଣାଇଛନ୍ତି। ଶିକ୍ଷା କ୍ଷେତ୍ରରେ ପଞ୍ଚାୟତ ପାଇଁ ଆବଶ୍ୟକ ଭିତ୍ତିଭୂମି ତିଆରି ହେଉଥିବା ଏବଂ ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀ କିଭଳି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ସେ ନେଇ ଯତ୍ନବାନ ଥିବା କହିଛନ୍ତି ସରପଞ୍ଚ। ମଧୁସ୍ମିତାକଂ ଏହି ସଫଳତା ପରେ ପୁରା ବ୍ଲକରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।
Back to top button