ଓଡ଼ିଶାରାଜନୀତି

ବୁଧବାର ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ୱର, ୩୧/୦୮/୨୦୨୨-  ବୁଧବାର ପାଳିତ ହେଉଛି ସ୍ୱାୟତ୍ତ ଶାସନ ଦିବସ । ୪ ଦିନ ଧରି ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଳନ ହେବ ଏହି ଦିବସ । ଆଜି ପ୍ରଥମ ଦିନରେ ବିଏମସି ମୁଖ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ପରେ ଚିକିତ୍ସାଳୟରେ ଏବଂ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ କରାଯିବ । ୩ବର୍ଷ ପରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ୱାରା ବିଏମସି  ସ୍ୱାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି । ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ସମେତ ଭୁବନେଶ୍ୱରର ସମସ୍ତ ୩ ଜଣ ବିଧାୟକ ଯୋ ଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଗୁରୁବାର ଓ ଶୁକ୍ରବାର ବିଭିନ୍ନ ୱାର୍ଡରେ ପ୍ରାୟ ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରଖାଯାଇଛି । ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମସି  ରାଜଧାନୀବାସୀଙ୍କୁ ଏହି ପ୍ରକଳ୍ପ ଗୁଡ଼ିକ ଭେଟି ଦେବାକୁ ଯୋଜନା ରଖିଛି । ଏହା ସହ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇ ୧ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com