ଓଡ଼ିଶା

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲି ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ତେବେ ଚଳିତ ବିଧାନସଭାର ବଜେଟ ଅଧିବେଶନ ଫୁଲଟାଇମ ଚାଲିବ ନା ୫ ଘଣ୍ଟା ଚାଲିବ କାର୍ଯ୍ୟ ଦିବସ । ଏହି ନିଷ୍ପତ୍ତି ଆଜି ସର୍ବଦଳୀୟ ବୈଠକରେ ନିଆଯିବ । ବଜେଟ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଉପସ୍ଥିତ ରହି ନିଷ୍ପତ୍ତି ନେବେ ।
ସେହିପରି ସ୍ୱଳ୍ପ ସମୟ ବଜେଟ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ତାହାରି ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ରାଜ୍ୟରେ ପୌର ଓ ମହାନଗର ନିଗମ ନିର୍ବାଚନ ପାଇଁ ବିଧାୟକ ବ୍ୟସ୍ତ ରହୁଥିବାରୁ ୧୦ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଏହା ସହ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ପାରିତ ନହୋଇ ଭୋଟ୍ ଅନ୍ ଆକାଉଣ୍ଟ ଜରିଆରେ କାମଚଳା ବଜେଟ୍ ପାରିତ ହେବ । ତେବେ ବିଧାୟକମାନେ ସାମାଜିକ ଦୂରତାରେ ବସିବେ କି ନାହିଁ, ସେନେଇ ସ୍ୱାସ୍ଥ୍ୟ ବିଭାଗ ଓ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବସିବ ବଜେଟ ଅଧିବେଶନ  ।  ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ କାମଚଳା ବଜେଟ୍ ଆଗତ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com