ଓଡ଼ିଶା

ବୀର ଯବାନମାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁରର ଛାତ୍ରଛାତ୍ରୀ

ଚଣ୍ଡୀଖୋଲ, ୦୧/୦୮/୨୦୨୨- ଆଗକୁ  ଆସୁଛି  ରାକ୍ଷୀ ପୁର୍ଣ୍ଣିମା । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । କିନ୍ତୁ ସବୁ ଭାଇମାନଙ୍କ ହାତରେ ରାକ୍ଷୀ ପ୍ରତିବର୍ଷ ବାନ୍ଧି ହୁଏନି । ବିଶେଷ କରି ଦେଶକୁ ସୁରକ୍ଷା ଦେଉଥିବା ଯବାନମାନଙ୍କ କ୍ଷେତ୍ରରେ ଏପରି ହୋଇଥାଏ । ହେଲେ ବୀର ଯବାନଙ୍କ ପାଇଁ ଡାକ ଯୋଗେ ରାକ୍ଷୀ ପଠାଇଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଅଂଚଳର କୁନି କୁନି ଛାତ୍ରଛାତ୍ରୀମାନେ । ତେବେ କୌଣସି କିଣା ରାକ୍ଷୀ ନପଠାଇ ନିଜେ ଉଲରେ ପ୍ରସ୍ତୁତ କରି ଭଲକି ଭଳି ରାକ୍ଷୀ ପଠାଇଛନ୍ତି । ଯେଉଁମାନେ ଦିନ ରାତି, ଖରା ବର୍ଷାକୁ ଖାତିର ନକରି ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଦେଶକୁ ସୁରକ୍ଷା ଦେଉଛନ୍ତି,  ସେମାନେ ଏହି ସବୁ ପର୍ବ ପର୍ବାଣୀରୁ ବଞ୍ଚିତ ରୁହନ୍ତି । ସେହି ବୀର ଯବାନମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ପାଇଁ କୁନି କୁନି ଛାତ୍ରଛାତ୍ରୀମାନେ  ଡାକ ଯୋଗେ ସେନା ମୁଖ୍ୟାଳୟକୁ ରାକ୍ଷୀ ପଠାଇ ଶୁଭେଚ୍ଛା ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com