ଓଡ଼ିଶା

ପୁଣି ବର୍ଷିଲେ ଶଙ୍କରାଚାର୍ଯ୍ୟ, ତୀର୍ଥଭୂମିକୁ ଭୋଗଭୂମି କେନ୍ଦ୍ର କରାନଯାଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ।  ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରି  ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି । ‘ମୋ ଦାୟିତ୍ୱ ହେଉଛି ବର୍ତ୍ତମାନ, ଭବିଷ୍ୟତ ଓ ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କୁହେ ନିର୍ଭୟରେ କୁହେ । ରାଜ୍ୟ ସରକାର ମୋତେ ଡରନ୍ତି, ସେଥିପାଇଁ ମୁଁ ନଥିଲା ବେଳେ ଯାହା କାମ କରନ୍ତି । ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ତାତ୍ସଲ୍ୟ କରି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ତେଣୁ ସେ ଏବେ କାହାରି କଥା ମାନିବେ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଦାନା ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com