ଓଡ଼ିଶା

କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ ! ଏମିତି କିଛି  ଚାଞ୍ଚଲ୍ୟଖବର ଏବେ ସାମ୍ନାକୁ ଆସିଛି। କଟକରେ ନକଲି ମେଡିସନ୍ ଯୋଗାଣ ଅଭିଯୋଗ ପରେ ହୋଇଥିବା ଚଢ଼ାଉ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା। ମେଡିସିନ୍ ଷ୍ଟକିଷ୍ଟରୁ ସାମ୍ପଲ୍ ସଂଗ୍ରହ କରି ପରୀକ୍ଷଣ ପାଇଁ ଡ୍ରଗ କଣ୍ଟ୍ରୋଲର ପଠାଇଛନ୍ତି। ଯେଉଁସବୁ ସ୍ଥାନକୁ ଏହି ମେଡିସନ୍ ଷ୍ଟକ୍‌ ପଠାଯାଇଛି, ସେସବୁକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ମାସ ପୂର୍ବେ କଟକ ଜଗତପୁରରେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ଠାବ ହୋଇଥିଲା। ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଫ୍ୟାକ୍ଟ୍ରି ଉପରେ ରେଡ୍ କରାଯାଇଥିଲା। ସେଠାରେ ନାମୀଦାମୀ କମ୍ପାନୀର ଲୋଗୋକୁ ଜାଲ୍ କରି ମୃଦୁ ପାନୀୟ ପ୍ୟାକିଂ କରାଯାଉଥିବା ଦେଖିବାକୁ ମିଳିଥିଲା।  କେବଳ ଯେ ମୃଦୁ ପାନୀୟ ନୁହେଁ, ଏହା ପୂର୍ବରୁ ନକଲି ସସ୍‌, ଲଙ୍କାଗୁଣ୍ଡ, ଘିଅ, ହଳଦୀ, ମସଲା ଆଦି କଟକରୁ ଜବତ ହୋଇଥିବା ନଜରକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com