ଓଡ଼ିଶା

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ସହ ବାଇକ୍ ମୁହାଁମୁହିଁ ଧକ୍କା, ଛାତ୍ରଛାତ୍ରୀଙ୍କ ସହିତ ବାଇକ୍ ଚାଳକ ଆହତ

ବ୍ରହ୍ମପୁର, ୩୧/୦୭/୨୦୨୨- ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ପାତ୍ରପୁର କେଲୁଆ ମଧ୍ୟରେ ଏକ ଅଟୋ ସହ ବାଇକ୍‌ ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ବାଇକ୍ ଚାଳକ ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ଏକ ଅଟୋ (ଓଆର୍ ୦୭ ଏସ୍ ୮୪୨୯)  ନୁଆଁପେଣ୍ଠ ଗ୍ରାମରୁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବାଦପୁର ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ (ଓଡି ୦୭ ଏଡି ୩୪୪୮) ତାକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ଶ୍ରାବଣୀ ପ୍ରଧାନ (୯ମ), ସାନିଆ ରଣା(୮ମ), ଖୁସି କୁମାର ସେଠୀ (୭ମ), ଦେବାସିଶ୍ ପ୍ରଧାନ (୯ମ), ରିତୁନନ୍ଦ ପାଢୀ (+୨ ଦ୍ୱିତୀୟ ବର୍ଷ), ଶୁଭମ କୁମାର ପାତ୍ର (୧୦ମ), ସୌଭାଗ୍ୟ କୁମାର ସେଠୀ (୮ମ), ସ୍ମୃତି ପ୍ରଧାନ (୭ମ), ସ୍ୱର୍ଣ୍ଣପ୍ରିୟା ପଣ୍ଡା (୬ଷ୍ଠ), ଲିସା ନାୟକ (୬ଷ୍ଠ) ପ୍ରମୁଖଙ୍କ ସହ ବାଇକ୍ ଚାଳକ ଟୁନା କାର୍ଯି ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତରେ ସମସ୍ତ ଆହତ ମାନଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ଖବର ଶୁଣି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆହତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିଥିଲେ । ଖବର ପାଇ ପାତ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାସ, ତହସିଲଦାର ଅମିତ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ଲୋକନାଥ ପାଢୀ ପ୍ରମୁଖ ମେଡିକାଲରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସମସ୍ତ ଆହତ ମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଶ୍ରାବଣୀ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁଁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଓ ବାଇକ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜରଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com