ଓଡ଼ିଶା

ରାଜନୈତିକ ହିଂସା : ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ପଥର ମାଡ଼

ବୌଦ୍ଧ () ପୁଣି ଦେଖିବାକୁ ମିଳିଲା ରାଜନୈତିକ ହିଂସା । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୈତିକ ହିଂସା । ଗତ ରାତିରେ ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀଙ୍କ ଗାଡ଼ି ଉପରକୁ ପଥର ମାଡ଼ ହେଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତ ବେନାମୁଡ଼ା ଗାଁରୁ ପ୍ରଚାର ସାରି ଫେରୁଥିବା ବେଳେ ରାତି ୮ଟା ସମୟରେ କେତେକ ଦୁର୍ବୃତ୍ତ ତାଙ୍କ ପ୍ରଚାର ଗାଡ଼ିକୁ ଏବଂ ପ୍ରାର୍ଥୀଙ୍କ ଗାଡ଼ିକୁ ୮-୧୦ଟି ପଥର ମାଡ କରିଥିଲେ। ପ୍ରାର୍ଥୀ ଏହି ପଥର ମାଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏ ନେଇ ସୋମବାର ରାକେଶ ତ୍ରିପାଠୀ ମନମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମନମୁଣ୍ଡା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com