ଓଡ଼ିଶା

ଦିବ୍ୟାଙ୍ଗ ଝିଆରୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ଅଭିଯୋଗ, ସମ୍ପର୍କୀୟ ଦାଦାକୁ ବାନ୍ଧିଲା ପୋଲିସ

ଖଣ୍ଡପଡା: ଖଣ୍ଡପଡାରେ ଲଜ୍ଜା ।  ସମ୍ପର୍କୀୟ ଦିବ୍ୟାଙ୍ଗ ଝିଆରୀକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ କରାଇବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ । ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । ଏହିଭଳି ଲଜ୍ଜାଜନକ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବିଜିପୁର ମାଣିକିଆ ଗାଁରେ ।

ସୂଚନାଯୋଗ୍ୟ ଯେ, ମାଣିକିଆ ଗାଁର ଜନୈକ ବ୍ୟକ୍ତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ୪ଟି ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଝିଅ ଜନ୍ମରୁ ଦିବ୍ୟାଙ୍ଗ । ସଂପୃକ୍ତ ଝିଅ ସବୁବେଳେ ତାଙ୍କ ପଡୋଶୀଙ୍କ ଘରକୁ ଯିବାଆସିବା କରନ୍ତି ।  ସୁଯୋଗ ଦେଖି ପଡୋଶୀ ଜଣଙ୍କ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ସଂପୃକ୍ତ ବ୍ୟକ୍ତି ସୁଯୋଗ ଦେଖି ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କରିବା ସହ ଗର୍ଭବତୀ  କରାଇଥିବା ନେଇ ତାଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି ।

ପୀଡ଼ିତାଙ୍କ ପରିବାର ଲୋକଙ୍କୁ ପଡୋଶୀଙ୍କ ତରଫରୁ ହତ୍ୟା ଧମକ ମିଳୁଥିବା ବେଳେ ସେମାନେ ଏବେ ଭୟ ଓ ଲୋକଲଜ୍ଜାରେ ଘରୁ ବାହାରୁ ନଥିବା ଜଣାପଡିଛି ।  ସଂପୃକ୍ତ ବ୍ୟକ୍ତି ପୀଡ଼ିତାଙ୍କ ସମ୍ପର୍କୀୟ ଦାଦା ହୋଇଥିବା ବେଳେ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଅଭିଯୁକ୍ତ ବିରୋଧରେ  ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ସେପଟେ ପୀଡିତାଙ୍କ ପରିବାର ଲୋକଙ୍କ ଏତଲାକୁ ଭିତ୍ତି କରି ଫତେଗଡ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଖଣ୍ଡପଡା ଏସଡିପିଓ ପ୍ରଭାତ ମଲିକ କହିଛନ୍ତି । ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com