ଓଡ଼ିଶା

ମେଘଝୋଳି ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, ୦୩/୦୮/୨୦୨୨-  ଆନ୍ତର୍ଜାତୀୟ ଅନୁଷ୍ଠାନ “ସେଭ ଦି ଚିଲଡ୍ରେନ” ପକ୍ଷରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସୁଦୂର ମେଘଝୋଳି ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମା କ୍ଷୀରର ଉପକାରିତା ଓ ଶିଶୁଙ୍କ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାକୁ ସୁନିଶ୍ଚିତ କରିବାପାଇଁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତି , ନବବିବାହିତା ତଥା କିଶୋରୀ ବାଳିକାମାନେ ଅଂଶଗ୍ରହଣ କରଥିଲେ । କାର୍ଯ୍ୟକ୍ରମରେ ସେକ୍ଟର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାମେଶ୍ୱର ରେଡି, ଆୟୁଷ ଡାକ୍ତର ଏସ. ଶିବ ପ୍ରସାଦ ପାତ୍ର, ପୁରୁଷ ସ୍ବାସ୍ଥ୍ୟ କର୍ମୀ ପ୍ରଦୀପ କୁମାର ବେହେରା ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ଉଷରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥାଇ ସ୍ତନ୍ୟପାନ ସମ୍ୱନ୍ଧୀୟ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ଡାକ୍ତର ରେଡି ଶିଶୁର ସୁରକ୍ଷାକୁ ନଜରରେ ରଖି ବିସ୍ତୃତ ଭାବରେ ମା କ୍ଷୀରର ଉପକରିତା , ଗୁରୁତ୍ୱ , ମା କ୍ଷୀର ଶିଶୁର ପ୍ରଥମ ଅଧିକାର ଓ ଶିଶୁକୁ ସ୍ତନ୍ୟପାନ କରାଇବାରେ ଧ୍ୟାନ ଦେବାକୁ ଆହ୍ୱାନ ରଖିଥିଲେ ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳି ପାତ୍ର, ରେଣୁବାଳା ଗଉଡ଼ ଓ ଆଶା ଦିଦି ମିନତୀ ପ୍ରଭା ଗଉଡ଼ ପ୍ରମୁଖ ପରିଚାଳନାଗତ ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com