ଓଡ଼ିଶାରାଜନୀତି

ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ରାଜ୍ୟ କଂଗ୍ରେସର ନୂଆ କମିଟି

 ଭୁବନେଶ୍ୱର, ୨୫ /୦୮/୨୦୨୨-   ସେପ୍ଟେମ୍ବର ସୁଦ୍ଧା ଗଠନ ହେବ ନୂଆ କଂଗ୍ରେସ କମିଟି । ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ୯ ବିଧାୟକରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି । ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ ବୋଲି ଶରତ ପଟ୍ଟନାୟକ ଆଶା ରଖିଛନ୍ତି। ସେପଟେ ବର୍ତ୍ତମାନ କଂଗ୍ରେସ ଠିକ୍ ଦିଗରେ ଚାଲିଛି ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ । କିନ୍ତୁ କିଛି ଲୋକ ବିଶୃଙ୍ଖଳା କରୁଛନ୍ତି । ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇ ସୁର କହିଛନ୍ତି, ଶରତ ପଟ୍ଟନାୟକଙ୍କୁ ଯିଏ ବିରୋଧ କରିବ ତାକୁ ଘୋର ବିରୋଧ କରାଯିବ । ସମସ୍ତେ ଏକଜୁଟ ହେଇ କାମ କଲେ ଦଳର ସ୍ଥିତି ସୁଦୃଢ ହେବ। ବନ୍ୟା ପରେ ପରେ ଆମେ ସଂଗଠନକୁ ଫୋକସ୍ କରୁଛୁ । ନୂଆ ସଂଗଠନ ହେବା ପରେ ରାହୁଲଙ୍କୁ ଡାକି ବଡ ସମାବେଶ କରିବୁ ବୋଲି କହିଛନ୍ତି ସୁରେଶ ରାଉତରାୟ । ସେହିଭଳି ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ଚେତେଇ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଯଦି କଂଗ୍ରେସ ୨୦୨୪ରେ ଏକାଠି ହୋଇ ଲଢ଼ିବନି ତେବେ କଂଗ୍ରେସକୁ ଭଗବାନ ବି କଂଗ୍ରେସକୁ ରକ୍ଷା କରି ପାରିବେନି । CWC ବୈଠକ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ ଯେ କିଏ ହେବ କଂଗ୍ରେସର ପରବର୍ତ୍ତୀ ସଭାପତି ।

Related Articles

Back to top button
WP Twitter Auto Publish Powered By : XYZScripts.com