ଓଡ଼ିଶା

ଚୋରି କିମ୍ବା ହଜିଯାଇଥିବା ୧୦୧ ମୋବାଇଲ ଉଦ୍ଧାର, ମାଲିକଙ୍କୁ ହେବ ଫେରସ୍ତ

ବରଗଡ଼() ମୋବାଇଲ କାହାପାଇଁ ଯୋଗାଯୋଗର ମାଧ୍ୟମ ତ କାହା ପାଇଁ ଖଟା ମିଠା ସ୍ମୃତି ସାଇତି ରଖିବାର ଯନ୍ତ୍ର । ଏହାରି ମଧ୍ୟରେ ବରଗଡ଼ ପୋଲିସକୁ ମିଳିଛି ବଡ ସଫଳତା ।ଚୋରୀ କିମ୍ବା ହଜିଯାଇଥିବା ପ୍ରାୟ ୧୧ ଲକ୍ଷ ଟଙ୍କାର ମୋବାଇଲକୁ ଉଦ୍ଧାର କରି ସେମାନଙ୍କ ମାଲିକଙ୍କୁ ଫେରାଇ ବେଶ ପ୍ରସଂଶା ସାଉଁଟିଛି ବରଗଡ଼ ପୋଲିସ ।

ସୂଚନା ଅନୁସାରେ, କିଛିଦିନ ହେବ ବରଗଡ଼ ଜିଲ୍ଲାର ଥାନା ମାନଙ୍କରେ  ବହୁ ମୋବାଇଲ ଚୋରୀ ର ଲିଖିତ ଅଭିଯୋଗ  ହେଉଥିଲା ।ଏଣୁ ଘଟଣାର ଗୁରୁତ୍ୱକୁ ଦେଖି ବେଶ ତତ୍ପର ହୋଇ ଉଠିଥିଲା ବରଗଡ଼ ପୋଲିସ  । ଆଉ ୧୦୧ ଟି ମୋବାଇଲ ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ସେଗୁଡିକୁ  ଟ୍ରାକିଂ ମାଧ୍ୟମରେ ଉଦ୍ଧାର କରି ମାଲିକଙ୍କୁ ଫେରାଇଛି ପୋଲିସ । ମୋବାଇଲ ଆଉ ମିଳିବା ନେଇ ଆଶା ଛାଡ଼ିଦେଇଥିବା ଲୋକେ ଆଜି ନିଜ  ମୋବାଇଲ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡି ଭିଡିଓ କଲିଂ ଜରିଆରେ ବରଗଡ଼ ଏସପି ରାହୁଲ ଜୈନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ମୋବାଇଲ ନିଖୋଜ ଥିବା  ଅଭିଯୋଗ ହୋଇଥିବା ବେଳେ ଏଥିରୁ ୧୧୧ ଟି ମୋବାଇଲ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏହି ମୋବାଇଲ ଗୁଡିକୁ ଜିଲ୍ଲା ପୋଲିସର ସାଇବର ଟିମ ଏବଂ ସମସ୍ତ ଥାନା ଅଧିକାରୀଙ୍କ ଉଦ୍ୟମରେ ଉଦ୍ଧାର କରାଯାଇ ଥିବା ବେଳେ ଆଜି ଜିଲ୍ଲା ପୋଲିସର ସମ୍ମିଳନୀ କକ୍ଷରେ ବରଗଡ଼ ଏସ୍ପି ରାହୁଲ ଜୈନ ଏହି ମୋବାଇଲ ଗୁଡିକୁ ସଂପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି । ହଜି ଯାଇଥିବା ମୋବାଇଲ ମାଲିକ କେବେ ଆଶା ମଧ୍ୟ କରିନଥିଲେ ଦୀର୍ଘଦିନ ପରେ ମିଳିବ ବୋଲି । ତେବେ ନିଜ ମୋବାଇଲ ପାଇବା ପରେ ସମସ୍ତେ ଖୁସିରେ ଆତ୍ମହରା ହୋଇପଡିଛନ୍ତି । ଏପରିକି  ବହୁ ମହିଳା ଓ ପୁରୁଷ  ବରଗଡ଼ ଏସ୍ପିଙ୍କୁ ଭିଡିଓ କଲ କରି ଧନ୍ୟବାଦ ଜଣାଇବା ସହ ବରଗଡ଼ ପୋଲିସର ଏପରି କାମକୁ ଭୁୟସୀ ପ୍ରଶଂସା କରିଛନ୍ତି ।

ତେବେ ଉଦ୍ଧାର ହୋଇଥିବା ମୋବାଇଲ ମଧ୍ୟରୁ ଝାରବନ୍ଧ ଥାନାର ୧୬ଟି, ଅତାବିରା ଥାନାର ୧୪, ବରଗଡ଼ ଟାଉନ ଥାନାର ୧୫ଟି, ସଦର ଥାନାର୧୧ଟି, ମେଳଛାମୁଣ୍ଡା ଥାନାର ୮ଟି, ବିଜେପୁର ଥାନାର ୭ଟି ଏପରି ୧୦୧ ଟି ମୋବାଇଲ ରହିଛି । ଯାହାର ଆନୁମାନିକ ମୂଲ୍ୟ ପାଖା ପାଖି ୧୧ ଲକ୍ଷ  ୪୩ ହଜାର ବୋଲି ଜଣାପଡ଼ିଛି। ତେବେ ପୋଲିସର ଏପରି ସଫଳତାକୁ ନେଇ ଜିଲ୍ଲା ସାଇବର ଟିମ ଓ ସମସ୍ତ ଥାନା ଅଧିକାରୀଙ୍କୁ ଶ୍ରେୟ ଦେବା ସହ ଆଗକୁ ମଧ୍ୟ ଏପରି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ବରଗଡ଼ ଏସ୍ପି । ଏଥିସହିତ ଭିଡିଓ କଲିଂ କରି ଧନ୍ୟବାଦ ଜଣାଇଥିବା ମହିଳା ଓ ପୁରୁଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଏବଂ ମୋବାଇଲ ହଜିଯାଇଥିଲେ ପୋଲିସର ସହାୟତା ନେବା ଓ ଧର୍ଯ୍ୟହରା ନହୋଇ ପୋଲିସ ଉପରେ ବିଶ୍ୱାସ ରଖିବାକୁ କହିଛନ୍ତି । ନିଶ୍ଚୟ ହଜିଯାଇଥିବା ମୋବାଇଲ ଫେରିପାଇବେ ବୋଲି କହିଛନ୍ତି ଏସ୍‌ପି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com