ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଓ ରାଜ୍ୟର ସ୍ୱରକୁ ଶାଣିତ କରିବାର ପ୍ରତିଶ୍ରୁତି ଦେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟସଭା ପ୍ରାର୍ଥୀ । ବିଜୁ ଜନତା ଦଳ ପକ୍ଷରୁ ସେମାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ସମସ୍ତ ପ୍ରାର୍ଥୀ । ମାନସ ରଞ୍ଜନ ମଙ୍ଗରାଜ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ରାଜ୍ୟସଭା ପ୍ରାର୍ଥୀ ଭାବରେ ମୋତେ ମନୋନୀତ କରିଥିବାରୁ ମୁଁ ମୋ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି | ଆଜି ମୋର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ଭାଇ ଭଉଣୀଙ୍କଠୁ ଆଶୀର୍ବାଦ ଲୋଡୁଛି ।’

ସେହିଭଳି ଡ. ସସ୍ମିତ ପାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁଣି ଥରେ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସାଢ଼େ ୪କୋଟି ଓଡ଼ିଆ ଭାଇ ଓ ଭଉଣୀଙ୍କ ଆର୍ଶୀବାଦ ଲୋଡ଼ିବା ସହ ସଂସଦରେ ସେମାନଙ୍କ ସ୍ୱର ପାଲଟିବେ ବୋଲି କହିଛନ୍ତି । ଏବଂ ସେମାନଙ୍କ ଦାବି ଦୃଢ଼ତାର ସହିତ ଉଠାଇବେ ବୋଲି କହିଛନ୍ତି ।

 

ଅନ୍ୟପକ୍ଷରେ ସୁଲତା ଦେଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଜଣେ ସାଧାରଣ ମହିଳାଙ୍କୁ ଦେଶର ସର୍ବୋଚ୍ଚ ଗୃହକୁ ପଠାଇଥିବାରୁ, ମୁଖ୍ୟମନ୍ତ୍ରୀ ବିଶ୍ୱାସ ଓ ଭଲପାଇବାର ସମ୍ମାନ ରଖିବେ ବୋଲି ଲେଖିଛନ୍ତି ।

ସେହିଭଳି ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶି ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ସଂସଦରେ ଆଦିବାସୀଙ୍କ ସ୍ୱର ପାଲଟିବେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com