ଓଡ଼ିଶା

ବଲାଙ୍ଗିରରେ ୨ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ବଲାଙ୍ଗିର : ପୁଣି ବିରୋଧ; ବଲାଙ୍ଗିରରେ ୨ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ । ସଇଁନ୍ତଲା କରମତଲା ପଞ୍ଚାୟତ ନିକଟରେ ଅଣ୍ଡାମାଡ଼ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଣ୍ଡାମାଡ଼ । ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଅଣ୍ଡାମାଡ଼ କଲେ ଲୋକେ । ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ହୋଇନଥିବାରୁ ଲୋକଙ୍କ ଆକ୍ରୋଶ ।

ଗତ କିଛି ଦିନତଳେ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ ହୋଇଥିଲା। କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ଗୋଲାମୁଣ୍ଡା ଓ କନକପୁର ଠାରେ କଳାପତାକା ପ୍ରଦର୍ଶନ କରି ବିରୋଧ କରାଯାଇଥିଲା।

ଏହା ପୂର୍ବରୁ ମନ୍ତ୍ରୀଙ୍କୁ ଅନେକ ଥର ଅଣ୍ଡାମାଡ଼ ହେବା ସହ କଳାପତାକା ପ୍ରଦର୍ଶନ ହୋଇଛି। ନିକଟରେ ଗତ ଡ଼ିସେମ୍ବର ମାସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡା ମାଡ଼ ହୋଇଥିଲା। ମମିତା ହତ୍ୟା ଘଟଣା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଣ୍ଡାମାଡ଼ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com