Featuredଓଡ଼ିଶାଜାତୀୟ

ମଣ୍ଡା ମଇଁଷିକ ମିଳିଛି ଜାତୀୟ ସ୍ବୀକୃତି

ନୂଆଦିଲ୍ଲୀ: କେବଳ ଓଡ଼ିଶାରେ ହିଁ ଦେଖାଯାଉଥିବା ମଣ୍ଡା ମଇଁଷିକୁ ମିଳିଛି ଜାତୀୟ ସ୍ତରରେ ସ୍ବୀକୃତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡିଶା କୃଷି ବିଶ୍ବବିଦ୍ୟାଳୟର ପ୍ରାଣୀ ପ୍ରଜନନ ଏବଂ ଜେନେଟିକ୍ସ ବିଭାଗର ପ୍ରଫେସର ସୁଶାନ୍ତ କୁମାର ଦାଶଙ୍କୁ ମଣ୍ଡା ମଇଁଷି ପ୍ରଜାତିର ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏହି ମଇଁଷି ପ୍ରଜାତି ସମ୍ପର୍କରେ ପ୍ରଥମେ ଚିହ୍ନଟ କରି ଅନୁଧ୍ୟାନ ଓ ସବିଶେଷ ସର୍ବେକ୍ଷଣ କରାଯାଇଥିଲା । ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଏହି ମଇଁଷି କେବଳ ଓଡିଶାରେ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ବୀକୃତି ଦେବାକୁ ଦାବି କରାଯାଇଥିଲା ।

ଏହି ମଇଁଷିକୁ ସମଗ୍ର ଦେଶରେ ୧୯ ତମ ପ୍ରଜାତି ଭାବେ ଘୋଷଣା କରାଯାଇଛି । ମଣ୍ଡା ମଇଁଷି ଆକାରରେ ଛୋଟ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ । ଉଭୟ ଅଣ୍ଡିରା ଓ ମାଈ ମଇଁଷିକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି । ସେମାନଙ୍କୁ କୌଣସି ସଂକ୍ରମଣ ହୋଇନଥାଏ ଓ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ । ଏମାନେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com