ଓଡ଼ିଶା

ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ କମିଛି ଲଘୁଚାପ ବର୍ଷା । ଆସନ୍ତା ୩ଦିନ ପାଗ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି କିଛି ଜିଲ୍ଲାରେ ସାମନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଜୁନ ୧ତାରିଖରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

୮ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି । ବାକି ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ସେପଟେ ମାଲକାନଗିରି ମୋଟୁରେ ପାଣି କମିଛି, ସ୍ୱାଭାବିକ ସ୍ଥିତିକୁ ଫେରୁଛି ଜୀବନ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ ମୋଟୁର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ମୋଟୁ ଓ ପୁସୁଗୁଡା ପଞ୍ଚାୟତରେ ୭ଟି ଗାଁରେ ପାଣି ପଶି ବନ୍ୟା ସ୍ଥିତି ଦେଖାଦେଇଥିଲା । ପ୍ରାୟ ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଏବେ ଜଳସ୍ତର ଧୀରେ ଧୀରେ କମୁଛି । ତେବେ ଆଗକୁ ବର୍ଷା ହେଲେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ

Related Articles

Back to top button
WP Twitter Auto Publish Powered By : XYZScripts.com