ଓଡ଼ିଶା

ଡିଜିଙ୍କୁ ଭେଟିଛି ବିଜେପି ଟିମ୍ : ନିର୍ବାଚନ ଆସିଲେ ହିଂସାତ୍ମକ କାମ କରୁଛି ବିଜେଡି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜାଗାରେ ବିଜେଡି ଘଟାଉଥିବା ନିର୍ବାଚନୀ ହିଂସା ନେଇ ପୁଲିସ ଡିଜିଙ୍କୁ ଭେଟିଛି ବିଜେପି ଟିମ୍। ଏହି ଟିମ୍ ପୁଲିସ ଡିଜି ଏସ କେ ବଂସଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ଯେତେବେଳେ ନିର୍ବାଚନ ଆସେ, ସେତେବେଳେ ବିଜେଡି ରକ୍ତମୁଖା ହୁଏ। ଏହି ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ବଜେଡି ପକ୍ଷରୁ ସେହିଭଳି ଅଶାନ୍ତି ବାତାବରଣ ସୃଷ୍ଟି କରାଯାଉଛିö

ଏନେଇ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମାଲକାନଗିରିରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଠାରୁ ଆରମ୍ଭ କରି ଭଦ୍ରକରେ ବିଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା ବୟାନ କରୁଛି ବିଜେଡି କିଭଳି ଭାବେ ଆଇନକୁ ହାତକୁ ନେଇ ନିର୍ବାଚନୀ ହିଂସା କରୁଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଠିକ ରହିବ ଦରକାର। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ପୁଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଥିବା ସେ ସୂଚନା ଦେଇଛନ୍ତି।

ଆଜି ଦଳ ପକ୍ଷରୁ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ବ୍ରହ୍ମଗିରି ବିଧାୟକ ଳଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ପୁଲିସ ଡିଜିଙ୍କୁ ଭେଟିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com