ଓଡ଼ିଶା

ଦୂତୀଙ୍କ ଏଭଳି ଆଚରଣକୁ ବହୁ ବରିଷ୍ଠ କ୍ରୀଡ଼ାବିତ୍ ସମାଲୋଚନା କରିଛନ୍ତି : ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଆଥଲେଟ୍ ଦୂତି ଚାନ୍ଦ । ଦୂତୀଙ୍କ ଏଭଳି ଆଚରଣକୁ ବହୁ ବରିଷ୍ଠ କ୍ରୀଡ଼ାବିତ୍ ସମାଲୋଚନା କରିଛନ୍ତି । ଦୂତିଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଓଡ଼ିଶା ହକି ଫେଡେରସନ୍ କାଉନସିଲ ଚେୟାରମ୍ୟାନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାର ସବୁ ଖେଳକୁ ସମାନ ଗୁରୁତ୍ୱ ଦେଉଛନ୍ତି । ସେ ହକି ହେଉ ବା ଅନ୍ୟାନ ଖେଳ । ସମସ୍ତଙ୍କୁ ପ୍ରାଧାନ୍ୟ ଦେଇ ପ୍ରୋଷ୍ଚାହିତ କରୁଛନ୍ତି ରାଜ୍ୟ ସରକାର । ନିଜେ ଜଣେ ଖେଳାଳି ହୋଇ ଅନ୍ୟ ଖେଳାଳିଙ୍କୁ କି ଭଳି ସମ୍ମାନ ଦେବା, ଦୃତି ଶିଖିବା ଉଚିତ୍ ବୋଲି ଦିଲ୍ଲୀପ କହିଛନ୍ତି । ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଆଜି ଭୁବନେଶ୍ୱରକୁ କାହିଁକି ସ୍ପୋର୍ଟ୍ସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ । କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ  ପ୍ରଥମ ପରିଚୟ ହକି ହିଁ ଦେଇଛି । ହେଲେ ଦୂତିଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ । ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ୱ ଦେବାକୁ ଯାଇ ଆଥଲେଟିକ୍ ଓ ଅନ୍ୟ ଖେଳ ଗୁଡ଼ିକୁ ଅବହେଳା କରୁଥିବା ନେଇ ଦୃତି ଅଭିଯୋଗ ଆଣିଥିଲେ । ଏନେଇ ସେ ଫେସବୁକରେ ଏକ ପୋଷ୍ଟ କରିବା ପରେ ଅବଶ୍ୟ ତାକୁ ପରେ ହଟାଇ ଦେଇଛନ୍ତି । ତେବେ ଦୂତିଙ୍କ ଏଭଳି ପୋଷ୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com