ଓଡ଼ିଶା

ଆସୁଛି ପୁଣି ଏକ ଲଘୁଚାପ, ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା

ଭୁବନେଶ୍ୱର, ୨୬/୦୯/୨୦୨୨-  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶର ଉପକୂଳ ଉପର ଘୁର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ପାଗ କାଉଁଳିଆ ରହିବା ସହ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ଅକ୍ଟୋବର ପ୍ରଥମ ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିବ । ବଡ କଥା ହେଉଛି ଆସୁଥିବା ପାର୍ବଣରେ ଭିଜିବ ଓଡିଶା ।

ସେହିଭଳି ଦାନା ବାନ୍ଧିଥିବା ଆଉ ଏକ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ । ଆସୁଥିବା ଲଘୁଚାପ ବୁଧବାର ସୁଦ୍ଧା ଘୂର୍ଣ୍ଣିବଳୟରେ ରୂପାନ୍ତରିତ ହୋଇ ଅଧିକ ଘନିଭୂତ ହେବ । । ଏଥିଯୋଗୁଁ ଆସନ୍ତା ୨୯ରୁ ୪ ତାରିଖ ମଧ୍ୟରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ। ଅନ୍ୟପଟେ ଆସନ୍ତା ୨ଦିନ ଯାଏ ଅପରାହ୍ମରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିନେଇ ଆଜି ୧୯ ଜିଲ୍ଲାକୁ ବଜ୍ରପାତ ପାଇଁ ଜାରି ହୋଇଛି ସତର୍କତା । ମଙ୍ଗଳବାର ୧୬ଟି ଏବଂ ୨୮ରେ ୧୫ଟି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com