ଓଡ଼ିଶା

ଚିଲିକା ବିଧାୟକ ପ୍ରଶାନ୍ତଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ

ନୂଆଦିଲ୍ଲୀ, ୨୫/୦୭/୨୦୨୨- ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ତାଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ତେବେ ସେ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ । ୫ ଜଣଙ୍କଠାରୁ ଅଧିକ ଲୋକଙ୍କୁ ନେଇ କୌଣସି ସମାବେଶ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆଇନଜୀବୀ ମାନସ ଚାନ୍ଦ । ମାର୍ଚ୍ଚ ୧୨ ତାରିଖ ଦିନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ବାହୁବଳୀ ବିଧାୟକ ପ୍ରଶାନ୍ତ। ଏହି ଘଟଣାରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ବିଧାୟକଙ୍କ ଏଭଳି ବେପରୁଆ ଆଚରଣରେ ତାତି ଥିଲେ ସ୍ଥାନୀୟ ଲୋକେ। ବିଧାୟକଙ୍କୁ ତାଙ୍କ ଗାଡ଼ିରୁ ଟାଣି ଆଣି ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା ପୋଲିସ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରଖାନାରୁ ସୁସ୍ଥହେବା ପରେ ମାର୍ଚ୍ଚ ୨୨ରେ ତାଙ୍କୁ ଗିରଫ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com