ଓଡ଼ିଶା

ପଞ୍ଚୁ ସାହୁ ହତ୍ୟାକାଣ୍ଡ ଘଟଣା; ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ

ବ୍ରହ୍ମପୁର, ୧୦/୦୮/୨୦୨୨-  ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ପାତାଳସିଂ ଗ୍ରାମରେ ଘଟିଥିବା ପଞ୍ଚୁ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁବଳ ସାହୁ ଓ ତାର ସହଯୋଗୀ କୈଳାସ ପ୍ରଧାନକୁ ପୋଲିସ ଗିରଫ କରିଛି । କୁମାରୀ ଗ୍ରାମରେ ସୁବଳ ସାହୁ ଆତ୍ମଗୋପନ କରିଥିବା ସୂଚନା ପାଇ ପୋଲିସ ସେଠାରେ ଚଢାଉ କରି ସୁବଳକୁ ଗିରଫ କରିଥିଲା । ସେହିପରି  ସହ ଅଭିଯୁକ୍ତ ପାତାଳସିଂ ଗ୍ରାମର କୈଳାସକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com