ଓଡ଼ିଶା

ଥମୁନି ନିର୍ବାଚନୀ ପରବର୍ତ୍ତୀ ହିଂସା: ଦୁଇ ଗୋଷ୍ଠୀ ମୁହାଁମୁହିଁ, ୫ ଆହତ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ଥମୁନାହିଁ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା । ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ବି ଦେଖା ଦେଇଛି ଗୋଷ୍ଠୀ ସଂଘର୍ଷ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ କାଦବରାଙ୍ଗ ବଜାର ଉପରେ ପୁଲିସ ଉପସ୍ଥିତିର ସନ୍ଧ୍ୟା ସମୟରେ ଦୁଇ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଗୋଟିଏ ଦଳର କର୍ମୀମାନଙ୍କ ମାଡ଼ରେ କଂଗ୍ରେସର ୫ କର୍ମୀ ଆହତ ହୋଇଛନ୍ତି ।

ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ମଧ୍ୟ ରାଜନୈତିକ କଳହକୁ ସୂତ୍ର କରି ଏମିତି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଏହି ଆହତ ହୋଇଥିବା କଂଗ୍ରେସ କର୍ମୀ ମାନଙ୍କୁ ପ୍ରଥମେ ଆଗରପଡ଼ା ମେଡିକାଲ ଓ ପରେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି ଓ ଆଗରପଡା ପୋଲିସ ଘଟଣାର ତଦନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com