ଓଡ଼ିଶା

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ

ବାଲିପାଟଣା: ବାଲିପାଟଣା ଥାନା ବୋଧଖଣ୍ଡି ଗ୍ରାମରେ ଯୁବକଙ୍କୁ ନୃସଂସ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ରାଜା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ତା ଦୋଷ ମଧ୍ୟ ସ୍ୱୀକାର କରିଛି । ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ରାଜା ସହ ତାର ୨ ଜଣ ସହଯୋଗୀ ମିଶି ଆଶିଷ ଓଝାଙ୍କୁ ହତ୍ୟା କରିଛନ୍ତି ।

ଆଶିଷର ଭଉଣୀକୁ ରାଜା ଏକତରଫା ପ୍ରେମ କରୁଥିଲା । ଭଉଣୀର ବିବାହ ସ୍ଥିର ପରେ ଆଶିଷକୁ ହତ୍ୟା କରିବାକୁ ରାଜା ଯୋଜନା କରିଥିଲା । ବିବାହର ଦିନକ ପୂର୍ବରୁ ଯୋଜନାବଦ୍ଧ ଭାବେ ଆଶିଷକୁ ହତ୍ୟା କରିଥିଲା ରାଜା । ଏବେ ବି ଜଣେ ଅଭିଯୁକ୍ତ ଫେରାର୍ ଅଛି । ଫେରାର୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ୍‌ ଚଢାଉ କରିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com