ଓଡ଼ିଶା

ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ, ୨ ମୃତ ଓ ୩ ଗୁରୁତର

ଅନଗୁଳ: ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା । ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ଘଟିଛି ଦୁର୍ଘଟଣା ।

ମୃତକ ହେଲେ ଦୁର୍ଗାପୁରର ୪୯ ବର୍ଷୀୟ କାନ୍ତି ସାହୁ ଓ ଜରପଡା ଗାଁର ୫୧ ବର୍ଷୀୟ କୋକିଳ ସାହୁ । ସେହିଭଳି ୩ ଗୁରୁତରଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି ମହିଧରପୁରରୁ ଦୁର୍ଗାପୁର ଆସୁଥିବା ବେଳେ ଟ୍ରକଟି ଜରପଡାରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଅଟୋରେ ୪ ଜଣ ଯାତ୍ରୀ ସହ ଅଟୋ ଚାଳକ ଥିଲେ ମଧ୍ୟ ଥିଲେ । ଏହିସମୟରେ ଟ୍ରକ ସହ ଧକ୍କା ହୋଇଥିଲା ଅଟୋ ।

Related Articles

Back to top button
WP Twitter Auto Publish Powered By : XYZScripts.com