ଓଡ଼ିଶା

ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା: ହାଇକୋର୍ଟଙ୍କ ଶୁଣାଣିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

କଟକ() ୨୦୧୩ରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ୬ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଭୁବନେଶ୍ବର ଏସ୍‌ଡିଜେଏମ୍‌ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି ବୋଲି ଆଜି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହି ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଚାରକୁ ନେଇ ହାଇକୋର୍ଟ ଏକ ଜନସ୍ବାର୍ଥ ଆବେଦନର ଶୁଣାଣିରେ ଏହାର ଅନ୍ତ ଘଟାଇଛନ୍ତି। ଆଗକୁ ଯୁକ୍ତିଯୁକ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମାଲାର ବିବରଣୀରୁ ପ୍ରକାଶ ଯେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା ୨୦୧୩ରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ଆଇନଜୀବୀ ନିଶିକାନ୍ତ ମିଶ୍ର ଘଟଣାର ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଂଗ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ହାଇକୋର୍ଟ ଏହି ଚିଠିକୁ ଜନସ୍ବାର୍ଥ ଆବେଦନ ଭାବେ ଗ୍ରହଣ କରିବା ସହିତ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ସରକାର ଘଟଣାର ତଦନ୍ତର ସ୍ଥିତି ନେଇ ବିଭିନ୍ନ ସମୟରେ ହାଇକୋର୍ଟଙ୍କୁ ଅବଗତ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com