ଓଡ଼ିଶା

କେନ୍ଦୁଝର କାଶୀପୁରରେ ମହାଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା

କେନ୍ଦୁଝରକେନ୍ଦୁଝର ସହର କାଶୀପୁରଠାରେ ନବନିର୍ମିତ ମହାଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ୪ ଦିନ ଧରି ଚାଲିଥିବା ମା’ ଲକ୍ଷ୍ମୀଙ୍କ ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଯଜ୍ଞମଣ୍ଡପ ଅଧିବାସ ପରେ ଅଙ୍କୁରାରୋପଣ ଓ ଦେବତା ଗର୍ଭାଧାନ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହାପରେ ଦ୍ବିତୀୟ ଦିନରେ ପାଟଣା ସ୍ଥିତ ପୁଣ୍ୟ ତୋୟା ବୈତରଣୀ ନଦୀ ପୀଠରେ ୧୨୧ ଜଣ ଭକ୍ତ ବୁଡ଼ ଦେଇ ପୂର୍ଣ୍ଣ କୁମ୍ଭ ଜଳ ଉଠାଇଥିଲେ । ପୂର୍ଣ୍ଣ କୁମ୍ଭ ନେଇ କେନ୍ଦୁଝର ସହର ମଧ୍ୟ ଦେଇ କଳସ ଯାତ୍ରା କରି କାଶୀପୁର ମହାଲକ୍ଷ୍ମୀ ମନ୍ଦିରରେ ପହଞ୍ଚିଥିଲେ ।

ଏହାପରେ ଗଙ୍ଗା ଆବାହନ, ଯଜ୍ଞମଣ୍ଡପ ସଂସ୍କାର ଓ ପୂଜନ ଗୁରୁକୁଣ୍ଡେ ଅଗ୍ନି ସ୍ଥାପନ, ଆଳତୀ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଷ୍ଠାର ତୃତୀୟ ଦିନରେ ପ୍ରାତଃ ସୂର୍ଯ୍ୟ ପୂଜା ପରେ ଗୋ ପୂଜା, ଯଜ୍ଞ ମଣ୍ଡପ ପୂଜା, ବିଶେଷ ଆହୁତି, ଆଳତୀ ଓ ପୁଷ୍ପାଞ୍ଜଳି ପରେ ମହାଲକ୍ଷ୍ମୀଙ୍କ ସମେତ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କୁ ମହାସ୍ନାନ କରାଯାଇଥିଲା । ପ୍ରତିଷ୍ଠାର ଚତୁର୍ଥ ଦିନରେ ପ୍ରାତଃ ସୂର୍ଯ୍ୟ ପୂଜା ପରେ ଗୋ ପୂଜା, ଯଜ୍ଞ ମଣ୍ଡପ ପୂଜା, ବିଶେଷ ଆହୁତି, ଆଳତୀ ଓ ପୁଷ୍ପାଞ୍ଜଳି ପରେ ମହାଲକ୍ଷ୍ମୀଙ୍କ ସମେତ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିଷ୍ଠା ଓ ସିଂହାସନ ଆରୋହଣ ପରେ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଛି ।

ଶେଷ ଦିନରେ ମହାଲକ୍ଷ୍ମୀଙ୍କ ପ୍ରାଣ ପ୍ରତିଷ୍ଠା ଓ ସିଂହାସନ ଆରୋହଣ ପରେ ମା’ଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ ଯୋଗଦେଇ ମା’ଙ୍କର  କୃପା ଲାଭ କରିଥିଲେ । ପୁରୀରୁ ଆସିଥିବା ବିଶିଷ୍ଟ ପୂଜକ ଚିତ୍ତରଞ୍ଜନ ମିଶ୍ର ଓ ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ୯ ଜଣ ବ୍ରାହ୍ମଣ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।

ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରତିଦିନ ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଦିତୀୟ ଦିନ ସନ୍ଧ୍ୟାରେ ପ୍ରବଚକ ପ୍ରମୋଦ ପୃଷ୍ଠି ଲକ୍ଷ୍ମୀ ଠାକୁରାଣୀଙ୍କ ଉପରେ ପ୍ରବଚନ ପ୍ରଦାନ କରିଥିବା ବେଳେ ତୃତୀୟ ଦିନ ସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସୋମବାର ବା ଶେଷ ଦିନରେ  ପ୍ରତିଷ୍ଠା ଉତ୍ସବ ସନ୍ଧ୍ୟାରେ ଦେବଦତ ଷଡଙ୍ଗୀଙ୍କ ଦ୍ଵାରା ପ୍ରବଚନ ପ୍ରଦାନ ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com