Featuredଓଡ଼ିଶା

ଢେଙ୍କାନାଳର ବରିଶାଲରେ ପ୍ରବାଦପୁରୁଷଙ୍କ ନାମରେ ସ୍ଥାପନ ହେବ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଣ୍ଟର

ପ୍ରବାଦପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ଥାପନ ହେବ ଏରୋସ୍ପେସ୍‌ ସେଣ୍ଟର। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବରିଶାଲରେ ଏହା ସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବରିଶାଲଠାରେ ଥିବା ଦୀର୍ଘବର୍ଷର ପୁରୁଣା ଏୟାରଷ୍ଟ୍ରିପ୍‌କୁ ଆଧୁନିକୀକରଣ କରାଯାଇ ଏହା ସ୍ଥାପନ କରାଯିବ। ଏହି ଏୟାରଷ୍ଟ୍ରିପ୍‌କୁ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଣ୍ଟର ଭାବେ ବିକଶିତ କରାଯିବା ସହ ଏଠାରେ ସରକାରୀ ପାଇଲଟ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ଖୋଲାଯାଇ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ।

ଏହି ଏୟାରଷ୍ଟ୍ରିପ୍‌ରେ ବିଜୁ ପଟ୍ଟନାୟକ ଆଭିଏସନ୍ ସେଣ୍ଟର ବିକଶିତ କରାଯିବ। ଏନେଇ ରାଜ୍ୟ ସରକାର ୧୮୮.୭୭ ଏକର ଜମି ଅଧିଗ୍ରହଣ କରିବେ। ସେଥିମଧ୍ୟରୁ ଘରୋଇ ଜମିର ପରିମାଣ ହେଉଛି ୨୭.୧୫ ଏକର। ଏହି ଜମି ଅଧିଗ୍ରହଣ ପାଇଁ ମଧ୍ୟ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com