ଓଡ଼ିଶା

ଅବପାତରେ ପରିଣତ ହେଲା ଲଘୁଚାପ, ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ବର() ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଏହା ଅଧିକ ଘନୀଭୁତ ହୋଇ ରବିବାର ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଅବପାତଟି ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ 1100 କିମି ଦୂରରେ କେନ୍ଦ୍ରୀଭୂତ ଅଛି ।  ଏହା ଘଣ୍ଟାପ୍ରତି 13 କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବାତ୍ୟା ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୧୦ ତାରିଖରୁ ବାତ୍ୟା ଦିଗ ପରିବର୍ତ୍ତନ କରିବ ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ କିନ୍ତୁ ଏହା ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଏହା ପ୍ରଭାବରେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ। ସେପଟେ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com