ଓଡ଼ିଶା

ଆରମ୍ଭ ହେଲା ପ୍ରାର୍ଥିପତ୍ର ଦାଖଲ, ପ୍ରଥମ ଦିନରେ ୮୧୦ଜଣ ଭରିଲେ ନାମାଙ୍କନ

କେନ୍ଦ୍ରାପଡ଼ା() ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ମଙ୍ଗଳବାର ପ୍ରଥମ ଦିନରେ ୮୧୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧୢରୁ ୪ଜଣ ଜିଲ୍ଳା ପରିଷଦ ପ୍ରାର୍ଥୀ ଥିବା ବେଳେ ୮୩ଜଣ ସରପଞ୍ଚ, ୩୯ସମିତି ସଭ୍ୟ ଏବ˚ ୬୮୪ଜଣ ଵାର୍ଡ ସଭ୍ୟ ରହିଛନ୍ତି। ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନାମାଙ୍କନ ଭରିଥିବା ବେଳେ ସରପଞ୍ଚ ଓ ଵାର୍ଡ ସଭ୍ୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବ˚ ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ୍‌ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋଭିଡ୍‌ ସଂକ୍ରମଣ ପାଇଁ ରାଲି, ଶୋଭାଯାତ୍ରା, ବାଜାବାଣ ଉପରେ ରୋକ୍‌ ଥିବାରୁ ପ୍ରସ୍ତାବକ, ସମର୍ଥକଙ୍କ ସହିତ ପ୍ରାର୍ଥୀ ମାନେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜାନୁଆରୀ ୨୨ରେ ପାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ଏବ˚ ୨୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

୩୨ ଜିଲ୍ଲା ପରିଷଦ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲାରେ ମଙ୍ଗଳବାର ପ୍ରଥମ ଦିନରେ ଆଳି ନିର୍ବାଚନ ମଣ୍ତଳୀ ୧ନମ୍ବର ଜୋନ୍‌ରୁ ଝରଣା ମଲ୍ଲିକ, ୪ନମ୍ବର ଜୋନ୍‌ର ମାନଗୋବିନ୍ଦ ଦାସ କ˚ଗ୍ରେସରୁ ପ୍ରାର୍ଥିପ୍ରତ ଦାଖଲ କରିଥିବା ବେଳେ ୨ନମ୍ବର ଜୋନ୍‌ରୁ ବିଜେଡି ପକ୍ଷରୁ ଭୀଷ୍ମ ମହାନ୍ତି ଏବ˚ ରାଜନଗର ନିର୍ବାଚନ ମଣ୍ତଳୀର ୩୧ନମ୍ବର ଜୋନ୍‌ରୁ ସନ୍ତୋଷ କୁମାର ମହାନ୍ତି କ˚ଗ୍ରେସରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ୨୪୯ ପଞ୍ଚାୟତ ମଧ୍ୟରୁ ସରପଞ୍ଚ ପଦରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ମଙ୍ଗଳବାର ୮୩ ଜଣ, ସମିତି ସଭ୍ୟରେ ୩୯ଜଣ ଏବ˚ ଵାର୍ଡସଭ୍ୟ ପାଇଁ ୬୮୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଳି ବ୍ଲକ୍‌ରୁ ସର୍ବାଧିକ ୧୯ଜଣ ସରପଞ୍ଚ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଡେରାବିଶରୁ ସର୍ବନିମ୍ନ ୩ ଜଣ ଦାଖଲ କରିଛନ୍ତି। ସେହିପରି ସମିତି ସଭ୍ୟରେ ମାର୍ଶାଘାଇରୁ ୧୧ ଏବ˚ ଗରଦପୁରରୁ ସର୍ବନିମ୍ନ ଜଣେ ମାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଭରିବାକୁ ହାତରେ ଆହୁରି ପାଞ୍ଚ ଦିନ ସମୟ ଥିବାରୁ ଏହି ସ˚ଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ।

 

Related Articles

Back to top button
WP Twitter Auto Publish Powered By : XYZScripts.com