ଓଡ଼ିଶା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର () ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୬୩ ଜଣ ଅଛନ୍ତି। ସେହିପରି ୨,୮୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୦୨୮ଟି ସ୍ଥାନୀୟ ସଂକ୍ରମଣ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୫୮, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗିରରୁ ୯୫, ବୌଦ୍ଧରୁ ୪୯, କଟକରୁ ୩୭୯, ଦେବଗଡ଼ରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡ଼ାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୮୧, କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୯୪ ନୂଆପଡ଼ାରୁ ୧୬୬, ପୁରୀରୁ ୭୨, ରାୟଗଡ଼ାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୭୩୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୩୪ ହଜାର ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୪ ହଜାର୯୧କୁ ବୃଦ୍ଧି ପାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com