ଓଡ଼ିଶା

କେନ୍ଦ୍ର ମନ୍ତ୍ରୀଙ୍କୁ ସହଯୋଗ କଲାନି ଜିଲ୍ଲା ପ୍ରଶାସନ, କୋଦଳାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ସାଂଗଠନିକ ଆଲୋଚନା।

କୋଦଳା : ଗଞ୍ଜାମ ଜିଲ୍ଲା ଆସିକା  ସଂସଦୀୟ କ୍ଷେତ୍ର ଗସ୍ତରେ ଆସିଛନ୍ତି କେନ୍ଦ୍ର ସରକାରଙ୍କ ରେଳ ଓ ଟେକ୍ସଟାଇଲ ମନ୍ତ୍ରୀ (ସ୍ବାଧୀନ) ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀ ଖଲ୍ଲିକୋଟ ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ସେଠାରୁ ମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଦଳାରେ ପହଞ୍ଚିଥିଲେ। କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ବରିଷ୍ଠ ନେତା ରଞ୍ଜନ ପଲେଇ, କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ, ପ୍ରମୋଦ କୁମାର ପଣ୍ଡା, ନୀଳ ବିଷୋୟୀଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ କୋଦଳା ଡାକବଙ୍ଗଳା ଠାରେ ପହଞ୍ଚି କୋର୍ କମିଟି ବୈଠକ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି।  ସଂଧ୍ୟାରେ କୋଦଳା ଏନଏସି ଠାରେ ଏକ ସମୀକ୍ଷା ବୈଠକ  ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଶିକ୍ଷା, ସ୍ବାସ୍ଥ୍ୟ, ଆବାସ ଗୃହ, ସ୍ବଚ୍ଛ ଭାରତ ମିଶନ୍ ସହ ବିଭିନ୍ନ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ମନ୍ତ୍ରୀ। ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏଥି ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ନେବାକୁ କହିଛନ୍ତି ମନ୍ତ୍ରୀ। କିଛି ଅଧିକାରୀଙ୍କ ଅନୁପସ୍ଥିତ ରହିବାକୁ ନେଇ ମଧ୍ୟ ଅସନ୍ତୋଷ କରି ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ବେଗୁନିଆପଡ଼ା ବ୍ଳକର ପ୍ରମୁଖ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀକଂ ଦେଖା ମିଳି ନ ଥିଲା। ଏପରିକି ଏନଏସି ର ଯନ୍ତ୍ରୀ ମହାଶୟଙ୍କୁ ଛାଡି ଦେଲେ ଅନ୍ୟ କୌଣସି କର୍ମଚାରୀଙ୍କ ଉପସ୍ଥିତ ନହେବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନ୍ଏସି ଯନ୍ତ୍ରୀ ସୁଧାକର ଦାସ୍ ମଧ୍ୟ ମନ୍ତ୍ରୀଙ୍କୁ କେବଳ ଫୁଲତୋଡା ଦେଇ ଚାଲିଗଲେ। ବେଗୁନିଆପଡ଼ା ବିଡ଼ିଓ, ଏବିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଉନ୍ନୟନ ମୂଳକ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ଏନଏସି ର ତଥ୍ୟ ମାଗିଲା ବେଳକୁ କୌଣସି କର୍ମଚାରୀଙ୍କ ଦେଖା ମିଳି ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ସେ ପ୍ରକାଶ କରିଛନ୍ତି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ନବଜାତ ଶିଶୁ ମାନଙ୍କର ସୁବିଧା ଅସୁବିଧା, ମେଡିକାଲରେ ସୁବିଧା ସୁଯୋଗ ବିଷୟରେ କର୍ତୃପକ୍ଷଙ୍କ ଠାରୁ ବୁଝିଥିଲେ।  ମନ୍ତ୍ରୀ କୋଦଳା ଡାକବଙ୍ଗଳାରେ ରାତ୍ରି ରହଣି କରିବା ସହ ଆସନ୍ତା କାଲି ସକାଳେ ପୋଲସରା ନିର୍ବାଚନ ମଣ୍ଡଳୀର ମାରଦା ଶରଣ ଶ୍ରୀକ୍ଷେତ୍ର ଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଏବଂ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଂଗଠନିକ କାର୍ଯ୍ୟ ବୁଝିବା ସହ ୩ ଦିନିଆ ଗସ୍ତରେ ଅଛନ୍ତି ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍। ମନ୍ତ୍ରୀଙ୍କ ସହ ଆସିକା ଲୋକସଭା ପ୍ରାର୍ଥୀ ଅନୀତା ଶୁଭଦର୍ଶୀନି, ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅରୁଣ ପଣ୍ଡା, ଅନୀଲ ପଣ୍ଡା, ପୂର୍ବତନ ଆସିକା ଲୋକସଭା ପ୍ରାର୍ଥୀ ତଥା ବିଜେପି ବରିଷ୍ଠ ନେତା ମହେଶ୍ବର ମହାନ୍ତି ପ୍ରମୁଖ ରହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com