Featuredଓଡ଼ିଶା

ଅପରେସନ ହ୍ଵାଇଟ ସ୍ପାଇଡର, ଗୋଟିଏ ମାସରେ ୧୮ ଗିରଫ…ବହୁ ପରିମାଣର ବ୍ରାଉନ ସୁଗାର,ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ନିଶା କାରବାର ବିରୋଧରେ ବିଭିନ୍ନ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ ହ୍ଵାଇଟ ସ୍ପାଇଡର, ପିଓପିଡି ଏବଂ ଟିମ୍-୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଚଳିତ ବର୍ଷ ୧ ଜାନୁୟାରୀ ୨୦୨୩ ରୁ ୩୧.୦୧.୨୦୨୩ରିଖ ମଧ୍ୟରେ ୦୫ଟି ମାମଲାରେ ମୋଟ ୧୨ଜଣ ନିଶା ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ସର୍ବମୋଟ୍ ୯୪ଗ୍ରାମ ଓଜନର ବ୍ରାଉନ ସୁଗାର ଓ ନିଶା ଦ୍ରବ୍ୟ ବିକ୍ରୟ ଜନିତ ମୋଟ ୧୦,୯୬୫ଟଙ୍କା ଜବତ କରାଯାଇଥିବା ବେଳେ ୦୯ଟି ମୋବାଇଲ ଫୋନ ଏବଂ ୦୫ଟି ଦୁଇଚକିଆ ଯାନ ମଧ୍ୟ ଜବତ କରାଯାଇଛି ।

ସେହିଭଳି ଭାବେ ଚଳିତ ବର୍ଷ ଜାନୁୟାରୀ ମାସ ୧ତାରିଖରୁ ୩୧ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ୦୩ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମାମଲାରେ ଜଡ଼ିତ ୦୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୧ କୁଇଣ୍ଟାଲ ୪୩ କେଜି ୫୫୦ଗ୍ରାମ ଓଜନର ଗଞ୍ଜେଇ, ନିଶା ଦ୍ରବ୍ୟ ବିକ୍ରୟ ଜନିତ ମୋଟ ୨୪୫୦ଟଙ୍କା ଏବଂ ୦୨ଟି ଦୁଇ/ଚାରି ଚକିଆ ଯାନ ଜବତ କରାଯାଇ ପାରିଛି ।

ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ, ଛିନତାଇ ତଥା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ମଧ୍ୟ ଜାରି କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com