ଓଡ଼ିଶା

ଖଲ୍ଲିକୋଟରେ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ଗୁରୁତର; ଅଳ୍ପକେ ବର୍ତ୍ତିଲେ ଦୁଇ ଛୁଆ

ଖଲ୍ଲିକୋଟ, ୩୧/୦୮/୨୦୨୨-  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତୋଟାଗାଁ ଛକରେ ଥିବା ଏକ ଦୋକାନ ଘରେ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ଆହତ ହୋଇଛନ୍ତି । ସନ୍ଧ୍ୟା ଧୂପ ପେଟ୍ରୋଲ ସଂସ୍ପର୍ଶରେ ଆସିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ଏହି ଅଗ୍ନିକାଣ୍ଡ ଫଳରେ ପାଞ୍ଚ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ଜଣା ପଡିଛି । ନିଆଁ ଭିତରୁ ଉଦ୍ଧାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ସଞ୍ଜୟ ବାରିକ ଓ ତାଙ୍କ ପତ୍ନୀ ସଂଯୁକ୍ତା ବାରିକଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଫଳରେ ଉଭୟଙ୍କ ଶରୀରର ଚାଳିଶ ଭାଗ ଜଳିଯାଇଥିଲା । ସଞ୍ଜୟଙ୍କ ଦୁଇ ଗୋଡ ଓ ସଂଯୁକ୍ତାଙ୍କ ହାତ ସମେତ ଶରୀରର ବିଭିନ୍ନ ଅଂଶରେ ନିଆଁ ଲାଗି ଗୁରୁତର ଆହତ ହୋଇଥିଲେ ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତ ସ୍ୱାମୀ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୌଭାଗ୍ୟ ବଶତଃ  ବାହାରେ ଖେଳୁଥିବା ଯୋଗୁଁ ତାଙ୍କର ୨ ଜଣ ପିଲା ଏହି ବିପଦରୁ ବର୍ତ୍ତି ଯାଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com