ଓଡ଼ିଶା

ସୋର ଡାକ୍ତରଖାନା ପରିସରରେ ଅଭାବନୀୟ ଦୃଶ୍ୟ, ମୃତ ନବଜାତ ଶିଶୁକୁ ଝୁଣି ଖାଉଛି କୁକୁର

ସୋର ()ମୃତ ନବଜାତ ଶିଶୁକୁ ଝୁଣି ଖାଉଛି କୁକୁର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନା ପରିସରରେ । ଗତ କିଛି ଦିନ ତଳେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ପଛ ଗେଟ୍ ସମ୍ମୁଖରେ ଦୁଇ ନବଜାତ ଶିଶୁ ଡ୍ରେନରେ ଭାସି ଆସି ରାସ୍ତାରେ ପଡିବାକୁ ନେଇ ଚର୍ଚ୍ଚl ଜୋର ଧରିଥିଲା ।
ବୁଧବାର ସୋର ଡାକ୍ତରଖାନାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହାକି ମୃତ ନବଜାତ ଶିଶୁକୁ ଡାକ୍ତରଖାନା ତରଫରୁ ଥିବା ଡମ୍ପିଂୟାଡ଼ରେ କିମ୍ବା ଗାତ ଖୋଳି ନପୋତି ଏଣେ ତେଣେ ଫିଙ୍ଗି ଦେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି । ସୋର ଡାକ୍ତରଖାନlରେ ମୃତ ନବଜାତକୁ କୁକୁର ଝୁଣି ଖାଉଥିବା ଭିଡିଓ ଲୋକେ ମୋବାଇଲରେ ସୁଟିଂ କରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ମୃତ ନବଜାତଟିକୁ ନେଇ ପୋତି ଦେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com