ଓଡ଼ିଶା
୨୦୦ଟି ନୂଆ ଇ-ବସ୍ କିଣିବାକୁ ଯାଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ବୈଠକ । ବୈଠକରେ ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ଓଡ଼ିଶା ସିଭିଲ୍ ସର୍ଭିସ ବୟସ ସୀମା ୩୨ ରୁ ୩୮ ବର୍ଷକୁ ବୃଦ୍ଧି ।
ବୈଠକ ଶେଷରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି ହୋଇଛି। ପବ୍ଲିକ୍ ହେଲଥ୍ ଫାଉଣ୍ଡେସନ ଅଫ ଇଣ୍ଡିଆ ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦ଟି ନୂଆ ଇ-ବସ୍ କିଣିବାକୁ ଯାଇଛନ୍ତି ରାଜ୍ୟ ସରକାର।