ଓଡ଼ିଶା

କୁମ୍ଭୀରର ମୃତଦେହ ଠାବ, ଲମ୍ବ ୭.୫ ଫୁଟ୍‌

ବୌଦ୍ଧ() ବୌଦ୍ଧ ବ୍ଲକ ଅନ୍ତର୍ଗତ ମହାନଦୀର ଜଗତି ଜଗନ୍ନାଥପୁର ବାଲିକୁଦରୁ ଏକ କୁମ୍ଭୀରର ମୃତଦେହ ଠାବ ହୋଇଛି। ଖବର ପାଇ ବୌଦ୍ଧ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରଟିକୁ ଉଦ୍ଧାର କରି ବାମଣ୍ଡା ବନ ବିଭଗ ନର୍ସରୀ ଠାରେ ରଖିଥିଲା। ନନ୍ଦନକାନନର ଏକ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀରର ଶବ ବ୍ୟବଛେଦ କରିଛନ୍ତି। ମୃତ କୁମ୍ଭୀରର ଲମ୍ବ ୭.୫ ଫୁଟ ହୋଇଥିବାବେଳେ ଚଉଡା ପ୍ରାୟ ୩୦ ଇଞ୍ଚ ହେବ ବୋଲି ସୂଚନା ମିଳିଛି।

ତେବେ ମୃତ କୁମ୍ଭୀର ଦେହରେ କୌଣସି କ୍ଷତ ନଥିବା ବେଳେ ଶରୀର ଭିତରେ ରକ୍ତଶ୍ରାବ ଯୋଗୁଁ ତାହାର ମୃତ୍ୟୁ ହୋଇଥିବା ଏବଂ ମୃତ୍ୟୁ ହୋଇଥିବା ଜଣାପଡିଛି। କୁମ୍ଭୀରଟିକୁ ପ୍ରାୟ ୭ ବର୍ଷ ହେବ। ମୃତ କୁମ୍ଭୀର ଲାଞ୍ଜରେ ଏକ ଟ୍ୟାଗ ଲାଗିଛି ଓ ସେଥିରେ ଏମ୍‌କେଏମ୍ ୧୪୯ ଲେଖାହୋଇଛି । ମୃତ କୁମ୍ଭୀରଟି ଟିକରପଡା ଠାରୁ ଭାସି ଆସିଥିବା ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com