ମନୋରଞ୍ଜନ

୧୨ ବର୍ଷ ପରେ ପରଦାକୁ ଫେରିବ ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ଯୋଡ଼ି

ମୁମ୍ବାଇ: ବଡ଼ପରଦାକୁ ପୁଣି ଫେରୁଛନ୍ତି ସୁପରହିଟ ଯୋଡ଼ି ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀ। ଦର୍ଶକମାନେ ୧୨ ବର୍ଷ ପରେ ଏହି ଯୋଡ଼ିଙ୍କ ଅଭିନୟ ପୁଣି ଏକାଠି ଦେଖିବାର ସୁଯୋଗ ପାଇବେ।

ଶେଷଥର ପାଇଁ ଦୁହେଁ ୨୦୧୦ର ଫିଲ୍ମ ‘ନୋ ପ୍ରୋବ୍ଲେମ୍‌’ରେ ଏକାଠି ଅଭିନୟ କରିଥିଲେ। ଏଥିସହିତ ସଞ୍ଜୟ ଓ ସୁନୀଲଙ୍କ ଅଭିନୟ ଦର୍ଶକ କାଣ୍ଟେ (୨୦୦୨), ଦସ୍ (୨୦୦୫) ଓ ଶୁଟ୍ ଆଉଟ୍ ଏଟ୍ ଲୋଖଣ୍ଡୱାଲା (୨୦୦୭)ରେ ଦେଖିବାକୁ ପାଇଥିଲେ। ଆଉ ଦୁହିଁଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ବି କରିଥିଲେ।

ସୁନୀଲ ସେଟ୍ଟୀ ଏତେ ଦିନ ବ୍ୟବଧାନରେ ସଞ୍ଚୟଙ୍କ ସହିତ କାମ କରିବାକୁ ନେଇ କହିଛନ୍ତି, ହୁଏତ ଆମେ ଅନେକ ବର୍ଷ ଧରି  ଏକାଠି ପରଦାରେ କାମ କରିନାହୁଁ, କିନ୍ତୁ ଆମର ଅଫ୍ ସ୍କ୍ରିନ୍ ବନ୍ଧୁତା ଭଲ ରହିଛି। ମୁଁ ଭାବୁଛି ଏହି ଚଳଚ୍ଚିତ୍ର ଆମର ବ୍ୟକ୍ତିଗତ ସମ୍ପର୍କ ଉପରେ ଆଧାରିତ । ଯାହା ପରଦାରେ ବେଶ ଜମିବ।

ଖବର ମିଳିଛି କି ନିର୍ଦ୍ଦେଶକ ସମୀର କାର୍ନିକ ଏକ ନୂଆ ଫିଲ୍ମ କରୁଛନ୍ତି। ଫିଲ୍ମର ନାଁ ସ୍ଥିର ହୋଇ ନାହିଁ। ତେବେ ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ନେଇ ଥିବା କୁହାଯାଉଛି।

ଫିଲ୍ମର କାହାଣୀ ଖୁବ୍ ଭଲ ରହିଥିବା ବେଳେ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ରହିଛି। ଯାହାକି ଦର୍ଶକଙ୍କୁ ଭଲ ଖୋରାକ ଯୋଗାଇବ ବୋଲି ସୁନୀଲ ସେଟ୍ଟୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com